csstore

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଏବଂ ପ୍ରଶିକ୍ଷଣ କେନ୍ଦ୍ର, ଓଲଟପୁର, କଟକ ଓ ସମଗ୍ର ଶିକ୍ଷା, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ସମସ୍ତ ବିଦ୍ୟାଳୟରୁ ୬୪ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ସେମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା । ବ୍ଲକ ଶିକ୍ଷାଧିକାରୀ ରିନାକୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ ପ୍ରମୁଖ ଯୋଗ ଦେଇ ସ୍ଵକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ ସଂଜୀବ ବିଶ୍ୱାଳ, ଡ଼ ସୁରେନ୍ଦ୍ର ଭୋଇ, ଡ଼ ରାଜକିଶୋର ସାହୁ, ଡ଼ ଶୁଭଶ୍ରୀ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମରେ ଯୋଗଦେଇ ସହାୟତା କରିଥିଲେ । ସିଆରସିସି କରୁଣାକର ପଟେଲ କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ପର୍ଶୁରାମ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.