ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ବତନ ବିଡ଼ିଓ, କେସିଙ୍ଗା, ପଦ୍ମନାଭ ପୁରୋହିତ, ଓଡିଶା ପ୍ରଶାସନିକ ସେବା (ଓଏଏସ୍) ସେବାନିବୃତ୍ତ ଅଧିକାରୀ, ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ସରକାରୀ ଶିଳ୍ପ ଉଦ୍ୟୋଗ ମହାରତ୍ନ କମ୍ପାନୀ ଭାବରେ ଖ୍ୟାତି ଅର୍ଜନ କରିଥିବା ଗ୍ୟାସ୍ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ଼ (GAIL)ର ରାଜସ୍ୱ ଅଧିକାରୀ ଭାବରେ ଝାରସୁଗୁଡା ସ୍ଥିତ କାର୍ଯ୍ୟାଳୟ ପାଇଁ ମନୋନୀତ ହୋଇଛନ୍ତି । ଏଇ ସ୍ୱନାମଧନ୍ୟ କେନ୍ଦ୍ର ସରକାରଙ୍କ ଉଦ୍ୟୋଗରେ ତାଙ୍କର ମନୋନୀତ ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେଣୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତି ।