ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ହସ୍ତତନ୍ତ ପରିଧାନ ଦିବସ ପାଳିତ

  • “ହସ୍ତତନ୍ତ ପରିଧାନ – ଶ୍ରମକୁ ସମ୍ମାନ”

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ନେତୃତ୍ୱରେ ତୁଷୁରା ଶ୍ରୀରାମ ବାଟିକା ଠାରେ ହସ୍ତତନ୍ତ ପରିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଯୁବ ବ୍ୟବସାୟୀ ଗାୟତ୍ରୀ ଟ୍ରେଡର୍ସର ମାଲିକ ବିଭୋର କେଡିଆ ଯୋଗ ଦେଇ ସମ୍ବାଦ ସାହିତ୍ୟ ଘରର ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି “ହସ୍ତତନ୍ତ ପରିଧାନ – ଶ୍ରମକୁ ସମ୍ମାନ” ବୋଲି କହିଥିଲେ । ଏହା ଦ୍ୱାରା ଆତ୍ମ ନିର୍ଭର ଭାରତ ନିର୍ମାଣ ହୋଇ ପାରିବ ବୋଲି ମଧ୍ୟ ଡ. ଦାଶ ମତ ପୋଷଣ କରିଥିଲେ । ଏଥିରେ କବୟିତ୍ରୀ ବବିତା ନାୟକ, କବି ସନ୍ତୋଷ କୁମାର ବେହେରା, ଦେବାଶିଷ ମହାପାତ୍ର, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ହରି ଶଙ୍କର ବାଗ ପ୍ରମୁଖ ହସ୍ତତନ୍ତ ପରିଧାନ କରି ଯୋଗ ଦେଇଥିଲେ । ଶେଷରେ ସମ୍ବାଦ ପ୍ରତିନିଧି ତଥା ସଂଯୋଜକ ଅରବିନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.