ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସଂଘ ବୈଠକ ବୁଦୁଲା ପଞ୍ଚାୟତ ରେଙ୍ଗାଲି ସ୍ଥିତ ମନୁ ବାବା ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ରାହ୍ମଣ ସଂଘର ସଭାପତି ମୁକୁନ୍ଦ ନାୟକ ବୈଠକକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ପରେ ରେଙ୍ଗାଲି ପୀଠ ମହନ୍ତ ମନଭନ ଦାଶଙ୍କ ସଭାପତିତ୍ୱରେ ତଥା ଯୁବ ସଦସ୍ୟ ସଞ୍ଜିବ ତ୍ରିପାଠୀଙ୍କ ଆବାହକତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ, ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଉପସ୍ଥିତ ବ୍ରହ୍ମ ସମାଜ ଦ୍ୱାରା ବିଷ୍ଣୁ ସହସ୍ରନାମ ପଠନ କରାଯାଇଥିଲା । ତାପରେ ସଂଗଠନ ବିଷୟରେ ତଥା ଅନେକ ପ୍ରକାର ଗଠନମୂଳକ ତଥା ସମାଜ ପାଇଁ ମଙ୍ଗଳପ୍ରଦ ବିଷୟମାନ ଉପସ୍ଥାପିତ ହୋଇ ତା’ଉପରେ ବିଶଦ ଆଲୋଚନା ହୋଇଥିଲା । ଆଗାମୀ ତା-୧୯-୪-୨୬ ରବିବାର ଭଗବାନ ପର୍ଶୁରାମଙ୍କ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହେବାନେଇ ସୂଚନାରୁ ପ୍ରକାଶ । ବୈଠକ ଆରମ୍ଭରୁ ସଂଘ ସଂପାଦକ ବିରାଜ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଂଘର ବରିଷ୍ଠ ସଭ୍ୟ ଅଭୟଚରଣ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଆଗଲପୁର ବ୍ରାହ୍ମଣ ସଂଘ ସଭାପତି ଫକୀର ମୋହନ ତ୍ରିପାଠୀ, ସଂପାଦକ ନରସିଂହ ଚରଣ ବେହେରା, ସନ୍ତୋଷ କୁମାର ଦାଶ, ଚିତ୍ତରଞ୍ଜନ ଗୁରୁ, ତଥା ଆଗଲପୁର ନାଗରିକ କମିଟି ସଭାପତି ଅଖିଳ ତ୍ରିପାଠୀ, ଚିନ୍ତାମଣି ପାଠୀ, ରାଧାକାନ୍ତ ନାୟକ, ଜୟରାମ ଧଳ, ବିଜୟକୁମାର ଦାଶ, ଶ୍ରୀନିବାସ ଧଳ, ଜୟାନନ୍ଦ ମିଶ୍ର, ରାଜୀବ ପଣ୍ଡା, ଯଶୋବନ୍ତ ମିଶ୍ର, ଶୋଭନ ତ୍ରିପାଠୀ, ରାଧାକାନ୍ତ ଠାକୁର, ଭଗବତିଆ ପାଢ଼ୀ, ଜୟପ୍ରକାଶ ମିଶ୍ର ପ୍ରମୁଖ ୨୦ ଗୋଟି ପଞ୍ଚାୟତର ବ୍ରାହ୍ମଣମାନେ ଉପସ୍ଥିତ ଥିଲେ ।