ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା କ୍ଲଷ୍ଟର ଅଧିନରେ ଥିବା ବଗଡ଼ା ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ମେହେର, କନ୍ଧପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସ୍ନାଞ୍ଜଳୀ ସାହୁ, ପଞ୍ଚାୟତ ସମିତି ଆବାସିକ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତୀ ପୁଷ୍ପାଞ୍ଜଳୀ ଗୁରୁ ଓ ଦେଓଗାଁ ନୋଡ଼ାଲ ୟୁ.ପି ସ୍କୁଲ ସହକାରୀ ଶିକ୍ଷୟିତ୍ରୀ ରୀତା ମହାନ୍ତି ମଙ୍ଗଳବାର ଦିନ ଅବସର ଗ୍ରହଣ କରିଛନ୍ତି । ବଗଡ଼ା ୟୁ.ପି ସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ମେହେରଙ୍କୁ ସ୍କୁଲ ପରିସରରେ ଅବସର କାଳୀନ ଉତ୍ସବରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଯୋଗଦେଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବେଦମତୀ ସେଠ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ ଏବିଇଓ ଚୈତନ୍ୟ ଧରୁଆ ଓ କବିରାଜ ମାଝି ସହ ପୂର୍ବ ସରପଞ୍ଚ ପରମେଶ୍ୱର ସାହୁ, ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ବଗଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ପୁରୋହିତ, ବଗଡ଼ା ସିଆର୍ସିସି ତପନ ନାଗଙ୍କ ସହ ବଗଡ଼ା ଓ ଆଖପାଖ ଅ୍ରଞ୍ଚଳର ଶିକ୍ଷାପ୍ରେମୀମାନେ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ସ୍ମୃତି ଚାରଣ କରିଥିଲେ । ସେହିପରି କନ୍ଧପାଲି ପ୍ରାଥମିକ ବିଦ୍ୟାଳୟରେ ସିଆର୍ସିସି ସୁଶାନ୍ତ ମହାନ୍ତି ଓ ମଣ୍ଟୁ ସାମଲ, ଶିକ୍ଷୟିତ୍ରୀ ହେମାଙ୍ଗିନୀ ସାହୁ ଓ ଏସ୍ଏମ୍ସି ସଭାପତି ଜୟନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Next Post