ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼-ଆର୍ଜିପଲ୍ଲୀ ଗ୍ରାମର ଆରାଧ୍ୟ ଦେବୀ (ଗ୍ରାମଦେବୀ) ମା’ପୋଲ୍ଲାମା ଦେବୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଗ୍ରାମରେ ଠାକୁରାଣୀ ଯାତ୍ରା ଆସନ୍ତା ଅପ୍ରିଲ ୨୫ ତାରିଖ ଠାରୁ ଅପ୍ରିଲ ୩୦ ତାରିଖ ପଙ୍କର୍ଯ୍ୟନ୍ତ ଯାତ୍ରା ସମାହିତ ହେବ ବୋଲି ଗ୍ରାମବାସୀ ତଥା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ କୁହାଯାଇଛି । ଏହି ଅବସରରେ ଗତ ମାର୍ଚ୍ଚ ୨୫ ତାରିଖରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି । ଶୁଭଖୁଣ୍ଟି ସ୍ଥାପନ ବେଳେ ଗ୍ରାମବାସୀଙ୍କ ସାମୂହିକ ଚେଷ୍ଟାରେ ସମ୍ମିଳିତ ଉପସ୍ଥିତିରେ ଶୁଭ ଖୁଣ୍ଟି ସ୍ଥାପନ ସମ୍ପାଦିତ ହୋଇଯାଇଛି । ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି କମିଟି ଯୁବକ ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଛନ୍ତି । ଏହି ଯାତ୍ରା ଗ୍ରାମରେ ପାରମ୍ପରିକ ଓ ସାମୁହିକ ଭାବେ ମିଳିତରେ ସାଂସ୍କୃତିକ ବିଦ୍ଭବ ମଧ୍ୟରେ ଅୟୋଜନ କରାଯିବା ନିମନ୍ତେ ଗ୍ରାମବାସୀ ଏକତାବଦ୍ଧ ଭାବେ ପ୍ରୟାସ ଜାରି ରଖିଛନ୍ତି ।