ଟିଟିଲାଗଡରେ ରାମ ନବମୀ ଯାତରାରେ ଫାଙ୍କା ଗୁଳିଚାଳନା

  • ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ଜୈନଙ୍କ ଗିରଫ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡରେ ପାଳିତ ରାମ ନବମୀ ଅବସରେ ଆୟୋଜିତ ଶୋଭାଯାତ୍ରା ସମୟରେ ହୋଇଥିବା ବିବାଦୀୟ ଘଟଣାର କର୍ଣ୍ଣଧାର ନବୀନ ଜୈନଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି ଏବଂ ବିଧାୟକ ଶ୍ରୀ ଜୈନଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି । ସୂତ୍ର ଅନୁସାରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ଶୋଭାଯାତ୍ରା ମଧ୍ୟରେ ଫାଙ୍କା ଗୁଳି ଚାଳନା କରିଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ଅସଚେଚନ ଓ ଦାୟିତ୍ୱହୀନ କାର୍ଯ୍ୟ ବୋଲି ଅଭିହିତ କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଓ ଏଲ୍‌ଏଲ୍‌ଏଙ୍କ ପାଇଁ ଆଇନ ଭିନ୍ନ କି ବୋଲି ପ୍ରଶ୍ନ କରାଯାଇଛି । ଏତଦଭିନ୍ନ ସାଧାରଣ ସ୍ଥାନରେ ଏପରି କାର୍ଯ୍ୟ ଆଇନ ଶୃଙ୍ଖଳା ପାଇଁ ହାନିକାରକ ବୋଲି ମତ ପ୍ରକାଶ କରିଛନ୍ତି ଓ ଯେଉଁ ଘଟଣାଟିର ସତ୍ୟତା ନିର୍ଣ୍ଣୟ ପାଇଁ ପୂର୍ଣ୍ଣ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ ସଭାପତିତ୍ୱରେ ଓ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନବୀନ ଜୈନଙ୍କ ଭଳି ଅସାମ୍ବିଧାନିକ, ଅଗଣତାନ୍ତ୍ରିକ, ଆଇନ ବ୍ୟବସ୍ଥାର ଫୁ ଉଡାଉଥିବା ଘଟଣାକୁ ତୀବ୍ର ସମାଲୋଚନା କରାଯାଇଛି । ଏହି ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସ ପୂର୍ବତନ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, କିଷାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ନୀତିଶ ପଧାନ, ଜୁଲୁ ପଟ୍ଟନାୟକ, ରାମ ପ୍ରସାଦ ମିଶ୍ର, କୈଳାସ ମିଶ୍ର, ଜ୍ୟୋତିଷ ମୁଗ୍ରୀ, ଉମାକାନ୍ତ ସାହୁ, ଲୋପନ ମିଶ୍ର, ସଂଜୟ ମିଶ୍ର, ଶିବ ପଧାନ ବିପିନ କୁସଲିଆ, କୀରନ ସେଠ, ସମୀର କୁମ୍ଭାର, ଅବଦୁଲ ରଜାକ, ହିମାଂଶୁ ନାଏକ, ପ୍ରଦୋଶ ପାଣିଗ୍ରାହୀ, ସୋହନ ନାଏକ, ପଂଚାନନ ଷାଣ୍ଢ, କାହ୍ନା ପାତ୍ର, ଶୁଭମ ନାଏକ, ରାହୁଲ, ଅମିତାଭ, ଅବ୍ରହାମ ନାଗ ପ୍ରଭୃତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.