ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିରରେ ଅମୃତ ଧାରା ଉଦଘାଟିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିରଠାରେ ଅମୃତ ଧାରା ଉଦଘାଟିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ଡଙ୍ଗରପଡା ପଞ୍ଚାୟତ ସରପଞ୍ଚ ରାମଦାସ ମହାକୁରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନୀୟ ଅତିଥି ଭାବେ ମୁରିବାହାଲ ବ୍ଲକର କନିଷ୍ଠ ଯନ୍ତ୍ରୀ ଅମିତା ଜେନା, ମନ୍ଦିର ପରିଚାଳନା କମିଟିର ସଭାପତି ପୃଥ୍ୱୀରାଜ ପୁଟେଲ, ମନ୍ଦିର ପୂଜକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏଠାରେ ଅମୃତ ଧାରା ହେବା ପରେ ବାଟୋଇ ଓ ଶ୍ରଦ୍ଧାଳୁମାନେ ପାଣି ସୁବିଧାରେ ପିଇପାରିବେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.