csstore

ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ମହୀମୁଣ୍ଡା ଜଗନ୍ନାଥ ପଡ଼ା ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ କରାଯାଉଛି । ଏହି ମହୋତ୍ସବରେ ପ୍ରାୟ ,୧୨୦ଜଣ ଉଭୟ ପୁରୁଷ ଓ ମହିଳା ପୂଜା ନିୟମକୁ ମାନିବା ସହିତ ଏକ ଓଳି ହବିଷାନ୍ନ ଭକ୍ଷଣ କରି ୧୪ଦିନ ପର୍ଯ୍ୟନ୍ତ ଗୋଟିଏ ଯାଗାରେ ରହି ରାତ୍ରରେ ପ୍ରଭୁ ରାମଚନ୍ଦ୍ରଙ୍କ‌ ଲୀଳା ଚରିତ୍ର ନାଟକ ମାଧ୍ୟମରେ ଅଭିନୟ କରନ୍ତି । ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭୁଙ୍କ ଦରବାରକୁ ଆସି ମଙ୍ଗଳ ମନାସିବା ସଂଗେସଂଗେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନାଟ୍ୟାଭିନୟ ଉପଭୋଗ କରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହିପର୍ବ ଭାଇଚାରାର ସମନ୍ୱୟ ରକ୍ଷା କରିବାର ଏକ ମହତ୍ ପର୍ବ ଅଟେ । ପ୍ରଦୀପ କୁମାର ବିଶ୍ୱାଳ ସପତ୍ନୀକ ମୁଖ୍ୟ ସେବକ‌‌ ଭାବରେ ନିୟୋଜିତ ହୋଇଥିବା ବେଳେ, ତୀର୍ଥବାସୀ ବିଶ୍ୱାଳ, ଅନାଦୀ ସାହୁ, ବ୍ରଜବନ୍ଧୁ ରଥ, ତପି ମୋହନ ସାହୁ, କୀର୍ତ୍ତନ ଭୋଇ, ଦିଲୀପ ଭୋଇ, ଦିଲୀପ ବିଶ୍ୱାଳ, ଗଣ୍ଡାରାମ ପ୍ରଧାନ, ଉଦ୍ଧବ ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି । ଆକାଶବାଣୀ ଓ ଦୂରଦର୍ଶନ କଳାକାର ଶିବ ପ୍ରସାଦ ସାହୁଙ୍କ ସଂଗୀତ ନିର୍ଦ୍ଦେଶନାରେ ଗିରିଧାରୀ ଥନାପତି, ଚନ୍ଦ୍ରମଣୀ ସାହୁ, ଜିତେନ୍ଦ୍ର ଭୋଇ, ରଘୁମଣୀ ବିଶ୍ୱାଳ ବାଦ୍ୟଯନ୍ତ୍ରରେ ସହଯୋଗ କରୁଛନ୍ତି । ପଣ୍ଡିତ ଶିବ ପଣ୍ଡା ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ପଞ୍ଚାନନ ପାଣି ପ୍ରସାଦ ପ୍ରସ୍ତୁତି ଦାୟିତ୍ୱରେ ଅଛନ୍ତି । ଗତ ତା-୨୮-୦୩-୨୬ଦିନ ଶ୍ରୀରାମଙ୍କ ବାଲ୍ୟଲୀଳା ନାଟକ ଅଭିନୟ ସହିତ ଶିବ ଧନୁ ଭଗ୍ନ ନାଟକ ପର୍ଯ୍ୟନ୍ତ ଅଭିନିତ ହୋଇଛନ୍ତି ।

jayashree
Leave A Reply

Your email address will not be published.