ବଲାଙ୍ଗିର, (କେପିଏନ୍ଏସ୍) : ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସାଇଟ ସ୍କୁଲ ଅଫ୍ ନର୍ସିଂ ସଦାଇପାଲି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ପରିବେଶ ସଂରକ୍ଷଣ “ପର୍ଯ୍ୟାବରଣ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ, ସଚୀବ ରାମଚନ୍ଦ୍ର ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗିରିଜା ଶଙ୍କର ରଥ, ଡିପ୍ଲୋମା କଲେଜ ଅଧ୍ୟକ୍ଷା ନମିତା ପଟେଲ, ସ୍ନିଗ୍ଧା ମିନତୀ ଦାନୀ ମଂଚାସୀନ ହୋଇଥିଲେ । ପରିବେଶ ସୁରକ୍ଷା ଉପରେ ମଂଚାସୀନ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାବରଣ ଉପରେ ସଚେତନ କରି ବକ୍ତବ୍ୟମାନ ରଖିଥିଲେ । ଏହି ସଭାକୁ ସୂଚାରୁ ରୂପେ ସଂଯୋଜନା କରିଥିଲେ ଚୁମୁକି ଦାଶ । ଏ ପ୍ରସଂଗ ଉପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବି.ଏସ୍.ସି. ନର୍ସିଂର ଛାତ୍ରୀ ସୁଶ୍ରୀ ଶ୍ୱେତାରାନୀ ବାରିକ, ସ୍ନେହାସିନୀ ସାହୁ, କବିତା ବାଗ, ସାନିଆ ସାହୁ, ସନ୍ଧ୍ୟାରାଣୀ ସୁନା ପ୍ରଭୃତି ଉଚ୍ଚମାନର କବିତା ପାଠ କରି ପ୍ରଶଂସିତ ହୋଇଥିଲେ । ଏହା ବ୍ୟତିତ ବଲାଙ୍ଗିରର ଲବ୍ଧ ପ୍ରତିଷ୍ଠିତ କବିମାନେ କବିରତ୍ନ ଡ. ଗୋପୀକୃଷ୍ଣ ପାଣ୍ଡିଆ, ଗିିରିଜା ଶଙ୍କର ରଥ, ରାମ ଶଙ୍କର ଶତପଥି, ନଳିନୀପ୍ରଭା ଶତପଥି, ଡ.ଭବାନୀ ଶଙ୍କର ପଟେଲ, କବୀ ଚୁମୁକି ଦାସ ନିଜସ୍ୱ କବିତା ପାଠ କରିଥିଲେ । ଏହି ସଭାରେ ନଳିନୀ ପ୍ରଭା ଶତପଥୀଙ୍କ ବିରଚିତ ଗୀତିନାଟ୍ୟ “ପ୍ରଣୟ କୁସୁମ” ମଂଚାସୀନ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ଓ ଡ. ଭବାନୀ ଶଙ୍କର ପଟେଲ ନାଟକଟିକୁ ସମୀକ୍ଷା କରିଥିଲେ । ପରିଶେଷରେ ଏକ ଜଗନ୍ନାଥଙ୍କ ଭଜନ ନାଟ୍ୟକାର ରାମ ଶଙ୍କର ଶତପଥି ଗାୟନ କରିଥିଲେ । ସଭାପତୀୟ ଅଭିଭାଷଣ ପ୍ରଦାନ କରିଥିଲେ ସଭାପତି ଓ ସଭାସାଙ୍ଗ ହୋଇଥିଲା ।
Prev Post
Next Post