ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀ ମନ୍ଦିର ପରିସରରେ ତେରସ୍ଥାନ ତାଲୁକା ବିଶ୍ୱକର୍ମା ସମାଜର ଏକ ବାର୍ଷିକ ଅଧିବେଶନ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଆଦିକନ୍ଧ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଂଗଠନିକ ଆଲୋଚନା ହୋଇଥିଲା । ପରେ ରାଜଶ୍ରୀ ତଥା ବିଶ୍ୱକର୍ମା ସମାଜର ଦିଗଦର୍ଶକ ପ୍ରଫୁଲ କୁମାର ମହାରଣାଙ୍କ ପ୍ରସ୍ତାବ ଆଗତ ନେଇ ତେରସ୍ଥାନ ତାଲୁକା ବିଶ୍ୱକର୍ମା ସମାଜର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କୁଳସଂଘର ସମ୍ମାନ ରକ୍ଷା ନିମିତ୍ତ ସମସ୍ତ ନୂତନ କାର୍ଯ୍ୟକର୍ତ୍ତା କାର୍ଯ୍ୟ ନିର୍ବାହ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ସର୍ବ ସମ୍ମତିକ୍ରମେ ନୂତନ କମିଟି ଚୟନ କରାଯାଇଥିଲା । ସଭାପତି ଭାବେ ଗୋଦାବରୀ ମହାରଣା, ସମ୍ପାଦକ ସିମାଞ୍ଚଳ ମହାରଣା, ଉପ-ସଭାପତି ଦଣ୍ଡପାଣି ମହାରଣା, ସହସମ୍ପାଦକ ସଞ୍ଜୟ ମହାରଣା, କୋଷାଧ୍ୟକ୍ଷ ନାରାୟଣ ମହାରଣା, ମୁଖ୍ୟ-ଉପଦେଷ୍ଟା ଆଦିକନ୍ଧ ମହାରଣା ଏବଂ ସର୍ବଶ୍ରୀ ବିଜୟ ମହାରଣା, ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ସୁଧିର ମହାରଣା, ପଞ୍ଚାନନ ମହାରଣା, ବାବୁ ମହାରଣା, ଭାସ୍କର ମହାରଣା, ତ୍ରୟଂମ୍ବକ ମହାରଣାଙ୍କୁ ସର୍ଵସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ବରିଷ୍ଠତା ଭିତ୍ତିରେ ସର୍ବଶ୍ରୀ ସିମାଞ୍ଚଳ ମହାରଣା, ସଞ୍ଜୟ ମହାରଣା, ବୁଲୁ ମହାରଣା, ବାବୁଲା ମହାରଣା, ନାରାୟଣ ମହାରଣା, ସୁବାଷ ମହାରଣା, ରାମଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ସକ୍ରୀୟ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ସର୍ଵସମତି କ୍ରମେ ମନୋନୀତ କରାଯାଇଛି । ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।