କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶା ଷ୍ଟେଟ ବାର କାଉନସିଲରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଠିକ୍ ସମୟରେ ସମସ୍ତ ପ୍ରତିଦ୍ଵନ୍ଦୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ଜୟନ୍ତ କୁମାର ମହାନ୍ତି, ସହ ସମ୍ପାଦକ ଶ୍ରୀମତୀ ନମିତା ସାହୁ, ଲାଇବ୍ରେରୀ ସମ୍ପାଦକ ଭାବେ ମଧୁସୂଦନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ଏଲ.ସଞ୍ଜିତ ପାତ୍ର ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଅଗସ୍ତି ଜାନି, ବୀଣାପାଣି ପ୍ରଧାନ, ବିରେନ୍ଦ୍ର କୁମାର ସୁବୁଦ୍ଧି, ବିଶ୍ୱଜିତ ପଟ୍ଟନାୟକ, ଚନ୍ଦ୍ର ଶେଖର ପରିଡା, ଦୁର୍ଗା ଶଙ୍କର ପଟ୍ଟନାୟକ, ଜୟନ୍ତୀ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସେନାପତି, ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ଅସୀମ ପ୍ରହରାଜ ଘୋଷଣା କରିଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଫୁଲବାଣୀ ବାର ସଙ୍ଘର ପୂର୍ବତନ ସଭାପତି ଚନ୍ଦ୍ର ଶେଖର ପରିଡା ସମ୍ପାଦକ ବୀରେନ୍ଦ୍ର କୁମାର ସୁବୁଦ୍ଧି, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ପ୍ରମୁଖ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ୱାଗତ ଓ ସମ୍ବଦ୍ଧନା ଜଣାଇଥିଲେ । ଏଥି ସହିତ ଆସନ୍ତା ସପ୍ତାହରେ ପୂର୍ବତନ କର୍ମକର୍ତ୍ତା ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ପ୍ରକାଶ କରିଛନ୍ତି ।
Prev Post
Next Post