ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆୟୋସିଏଲ ବଙ୍ଗଳା ଠାରେ ଓଡିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବରଗଡ଼ ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ଲିଭା ଉପରେ ଏକ ଆଲୋଚନା ଚକ୍ର ପାଇକମାଲ ରେଞ୍ଜର ହୃଦାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଡିଏଫ୍ଓ ସରୋଜ କୁମାର ପଣ୍ଡା, ମୁଖ୍ୟବକ୍ତା ପ୍ରକୃତି ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ, ସମ୍ମାନିତ ଅତିଥି ଭାବେ ଏସିଏଫ୍ ହରମୋହନ ରଥ, ନୃସିଂହନାଥ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ଯୋଗଦେଇଥିଲେ । ଓମ୍ ପ୍ରକାଶ ହୋତା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଆଲୋଚନା ଚକ୍ରରେ ପାଇକମାଲ, ଝାରବନ୍ଧ ଓ ପଦ୍ମପୁର ବ୍ଲକର ରେଞ୍ଜର, ବନପାଳ, ବନ କର୍ମଚାରୀ, ସାମ୍ବାଦିକ, ସମାଜସେବୀ ତଥା ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ଜଙ୍ଗଲରେ ନିଆଁ ଲାଗିବା କାରଣ ଓଏହାର ନିରାକରଣ କିପରି କରାଯିବ ସେନେଇ ବିସ୍ତୃତ ଭାବରେ ନିଜ ନିଜର ଅଭିଭାଷଣ ରଖିଥିଲେ । ବରଗଡ ଡିଏଫ୍ଓ ଶ୍ରୀରାମ ପଣ୍ଡା ଗନ୍ଧମାର୍ଦ୍ଦନ ଜଙ୍ଗଲର ବହୁତ ଉପାଦେୟ ଜଡିବୁଟି ସହ ମୂଲ୍ୟବାନ ଔଷଧୀୟ ବୃକ୍ଷଲତା ରହିଛି, ଏହି ଜଙ୍ଗଲରେ କେହି ଯଦି ନିଆଁ କୌଣସି କାରଣ ପାଇଁ ଜାଣତରେ ହେଉ ବା ଅଜାଣତରେ ହେଉ ଲଗାଇ ଦେଉଛି ଆମେ ଏନେଇ ନିଆଁ ଲିଭାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଛୁ ଏଥିରେ ଜନସାଧାରଣ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ଏବଂ କରିଥିଲେ ଯେ, ଜଙ୍ଗଲରେ ଆମର ଅଧିକାର ଅପେକ୍ଷା ଜନସାଧାରଣଙ୍କ ବେଶୀ ଅଧିକାର ଓ ଦାୟିତ୍ୱ ଅଛି ବୋଲି ନିଜର ମତ ଉପସ୍ଥାପନ କରିଥିଲେ । ଏଥିରେ ପ୍ରକୃତିବନ୍ଧୁ ବିଭୁତି ମୁଣ୍ଡ, ଭୁବନେଶ୍ୱର ପ୍ରଧାନ, ଧିରେନ ମହାନ୍ତିଙ୍କ ସହ ପଦ୍ମପୁର ରେଞ୍ଜର ପ୍ରକାଶ ହୋତା ଓ ଅନ୍ୟାନ୍ୟ ବନ କର୍ମଚାରୀ, ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ଜନସାଧାରଣ, ସାମ୍ବାଦିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶେଷରେ ରେଞ୍ଜର ହୃଦାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ ।
Next Post