ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ଚାରିକର୍ମ ଅନୁଷ୍ଠାନ ଉପରାନ୍ତ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନିଶୁଳ୍କ ବ୍ରତୋପନୟନ ଉତ୍ସବ ସମସ୍ତ ବିଧିବିଧାନ ସହିତ ଆଚାର୍ଯ୍ୟ ବର୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାହିତ ହୋଇଯାଇଛି । ଏହି ଉତ୍ସବରେ ୧୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨ଜଣ ପ୍ରାର୍ଥୀଙ୍କର ଅନିବାର୍ଯ୍ୟ କାରଣ ବଶତଃ ଅନୁପସ୍ଥିତି ହେତୁ ୧୪ ଜଣ ତାଙ୍କ ପରିବାର ପରିଜନଙ୍କ ସହ ୩୦୦ରୁ ଅଧିକ ଜନସମାଗମରେ ଏହି ସାମୁହିକ ବ୍ରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ ବ୍ରତୋପନୟନର ଏକ ଅଭୂତପୂର୍ବ ଉପଲବ୍ଧି ଏହା ଯେ,ଏ ଉତ୍ସବରେ ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡା ଏବଂ ବରଗଡ ଜିଲ୍ଲାର ବ୍ରାହ୍ମଣ ସନ୍ତାନମାନେ ଉପକୃତ ହୋଇଛନ୍ତି । ଏହି ଉତ୍ସବରେ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ତାଙ୍କ ସୁପୁତ୍ର ବିଭୁଦତ୍ତ ଶତପଥି ପ୍ରମୁଖ ଯୁବ ପଣ୍ଡିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟାବୃନ୍ଦ ପଣ୍ଡିତ ସତ୍ୟବନ୍ତ ବେଦବାକ, ପଣ୍ଡିତ ଧର୍ମସିଂହ ମିଶ୍ର, ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି, ବିପ୍ରଶ୍ରୀ ଗୋପବନ୍ଧୁ ପୁରୋହିତଙ୍କ ସମେତ ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଉପ-ସଭାପତି ବିଶ୍ୱନାଥ ମିଶ୍ର, ଜୟ ବିହାରୀ ବେଦବାକ, ପଂଚାନନ ବେଦବାକ, କେଶବ ମିଶ୍ର, କବିରାଜ ହୋତା, ପ୍ରଭୁଦତ୍ତ ଶତପଥି, ଜଗନ୍ନାଥ ଷଡଙ୍ଗୀ, ପୁରୁଷୋତ୍ତମ ପଣ୍ଡା, ଅଶୋକ ମିଶ୍ର, ସୁଶାନ୍ତ ପଣ୍ଡା, ଗୋପିକୃଷ୍ଣ ପାଣ୍ଡିଆ, ସଂକିର୍ତ୍ତନ ତ୍ରିପାଠି, ଦୁର୍ଗା ପ୍ରସାଦ ହୋତା, କାଳୀପ୍ରସାଦ ମିଶ୍ର, ଗୋପବନ୍ଧୁ ଶତପଥି, ଦାମୋଦର ଓତା, ରାମଶଙ୍କର ଶତପଥି, ଭାଷ୍କର ତ୍ରିପାଠି, ତରୁଣ କୁମାର ମିଶ୍ର, ସୁଶାନ୍ତ ପଣ୍ଡା, ପୀତବାସ ପଣ୍ଡା, ବନମାଳି ନନ୍ଦ, ଗୋବିନ୍ଦ ମିଶ୍ର, ଆର୍ତ୍ତବନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ମହାସଚିବ ବିଦୁଷୀ ଶ୍ରଦ୍ଧା ଷଡଙ୍ଗୀ ଯୋଗ ଦେଇ ସମସ୍ତ ବଟୁଙ୍କୁ ଉତ୍ସାହିତ କରିଥିଲେ ଏବଂ ପୂର୍ବତନ ସଭାପତି ଗୋପବନ୍ଧୁ ପୁରୋହିତ ଏବଂ ଭୂତପର୍ବ ସଂପାଦକ ରଘୁନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଗୋପାଳଜୀ ପାଣିଗ୍ରାହୀ, ପୌରାଧ୍ୟକ୍ଷା ଲିକା ସାହୁ, ଶରତ ଚନ୍ଦ୍ର ପଟ୍ଟନାୟକ, ନବୀନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ବ୍ରତୋପନୟନ ଶେଷରେ ଉପଦେଷ୍ଟାଗଣ ନବ ବଟୁ କୁମାରମାନଙ୍କ ଶୋଭାଯାତ୍ରା ସମ୍ପନ୍ନ କରାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯେଉଁମାନେ ସହଯୋଗର ହାତ ବଢାଇଥିଲେ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଉତ୍ସବରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।