csstore

ଟିଟିଲାଗଡ ଓକିଲ ସଙ୍ଘ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହେଲେ ବିକାଶ ଭୋଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ପଦ ପାଇଁ ତିନିଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ । ସେମାନେ ହେଲେ କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୟ ବେହେରା ଓ ବିକାଶ ଭୋଇ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କୃଷ୍ଣଚନ୍ଦ୍ର ସାହୁ ୩୮, ସଂଜୟ ବେହେରା ୪୧ ଓ ବିକାଶ ଭୋଇ ୮୨ ଭୋଟ ପାଇ ସଭାପତି ପଦରେ ବିଜୟୀ ହୋଇଛନ୍ତି । ସେହିପରି ନିର୍ଦ୍ବନ୍ଦ୍ବରେ ସମ୍ପାଦକ ଭାବେ କାର୍ତ୍ତିକ ଛତର, ସହ ସମ୍ପାଦକ ଭାବେ ପଙ୍କଜ ବାଗ ବିଜୟୀ ହୋଇଥିବା ବେଳେ ଉପ ସଭାପତି ପଦରେ ପ୍ରୀତମ ପଣ୍ଡା, କୋଷାଧକ୍ଷ ଭାବେ ପୃଥ୍ୱୀରାଜ ସିଂ ନିର୍ବାଚିତ ହୋଇଛନ୍ତି । ତେବେ ଓକିଲ ସଙ୍ଘର ନୂତନ ସଭାପତି ଭାବେ ନିର୍ବାଚିତ ହେବା ପରେ ସଙ୍ଘର ଉନ୍ନତି ତଥା ସଙ୍ଘର ବିକାଶ ପାଇଁ ଯାହାବି ପଦକ୍ଷେପ ଗ୍ରହଣ କରିବାକୁ ପଡିବ ତାହା କରିବାକୁ ନିଶ୍ଚୟ ଚେଷ୍ଟା କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ଭୋଇ ।

jayashree
Leave A Reply

Your email address will not be published.