csstore

ପବିତ୍ର ରାମ ନବମୀରେ ବିଭିନ୍ନ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କଲେ ନରସିଂହ

  • କୁନି ପିଲାଙ୍କ ପାଇଁ ଜଗନ୍ନାଥ ପବ୍ଲିକ ସ୍କୁଲ ହେଲା ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ରାମ ନବମୀ ଅବସରରେ ସାରା ବଲାଙ୍ଗିିର ଉତ୍ସବ ମୁଖର ହୋଇଛି । ଏ ଅବସରରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କୁଟୁମଡୋଲାର ଦେବାଳୟ ତଥା ବଲାଙ୍ଗିର ସହର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଯେଉଁଠାରେ କି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କର ଶ୍ରୀରାମ ନବମୀ ପାଳନ କରାଯାଉଛି । ସେସବୁ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ଏ ଅବସରରେ ସେ ସମଗ୍ର ଅଂଚଳବାସୀଙ୍କ ପାଇଁ ସୁଖଶାନ୍ତି ସମୃଦ୍ଧି ଓ ପ୍ରଗତି କାମନା କରିବା ସହ ବଲାଙ୍ଗିରବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେଉ ବୋଲି କାମନା କରିଥିଲେ । ଏହି କ୍ରମରେ ସେ ଡେର୍ଲିମାର୍କେଟ ସ୍ଥିତ ଶ୍ରୀ ରାମଚରିତ ମାନସ ମନ୍ଦିରକୁ ଯାଇ ସନ୍ଧ୍ୟା ଆଳତିରେ ପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ମାଲପଡା ସ୍ଥିତ ରାମସ୍ୱାମୀ ମନ୍ଦିରକୁ ଯାଇ ସେଠାରେ ପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ଏ ଅବସରରେ ମନ୍ଦିର କମିଟି ତରଫରୁ ମନ୍ଦିର ନିର୍ମାଣ ସମୟରେ ଶ୍ରୀ ମିଶ୍ରଙ୍କ ଅବଦାନ ପାଇଁ ଏକ ସ୍ମାରକ ଓ ଉପାୟନ ପ୍ରଦାନ କରି ସମ୍ମାନିତ କରିଥିଲେ । ପୂର୍ବାହ୍ନରେ ଶ୍ରୀ ମିଶ୍ର ରେଲୱେ ରୋଡ ସ୍ଥିତ କୁନି କୁନି ଛୋଟ ଛୁଆମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ସଭାରେ ଛୋଟ ଛୋଟ ପିଲାମାନଙ୍କୁ ବିଶେଷ କରି ସେଠାରେ ଉପସ୍ଥିତ ଥିବା ଅଭିଭାବକ, ଶିକ୍ଷକ ଓ ପରିଚାଳନା କମିଟି ଉଦ୍ଦେଶ୍ୟରେ କହିଥିଲେ ଯେ ଏହି ଛୋଟ ଛୋଟ ପିଲାମାନଙ୍କ ବିଦ୍ୟାଳୟ ଭବିଷ୍ୟତରେ ବଡ ମଣିଷ ତିଆରି କରିବ । ଏମାନଙ୍କର ଶିକ୍ଷାର ଶୈଳି ତାଙ୍କ ରୁଚିକୁ ନେଇ ପ୍ରସ୍ତୁତ ହେବା ଦରକାର । ସେ ଦିଗରେ ଅଭିଭାବକ, ଶିକ୍ଷକ ଓ ପରିଚାଳନା କମିଟି ନିଶ୍ଚିତ ଭାବରେ ବିଶେଷ ଧ୍ୟାନ ଦେବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମମାନଙ୍କରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ସନ୍ତୋଷ ମୋଦୀ, ମନୋଜ ଜୈନ, ଶ୍ରୀକାନ୍ତ ଶର୍ମା, ଶିକ୍ଷାବିତ୍‌ ମନୋରଂଜନ ସାହୁ, ଭବାନୀ ଶଙ୍କର ଶତପଥି, ବୁଲୁ ଦାନୀ, ନିରଞ୍ଜନ ହାତି, କବିଚନ୍ଦ୍ର ବାଗ, ପ୍ରେମାନନ୍ଦ ମିଶ୍ର, ଉମାଶଙ୍କର ପଣ୍ଡା, ଶଙ୍କର ମାଝି, ସନୋଜ ମିଶ୍ର, ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.