ଦେଶୀଲ କ୍ରିକେଟ ପ୍ରତିଯୋଗିତାରେ ଗୁଞ୍ଚିତରାକୁ ହରାଇ ପାତଳପଡ଼ା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଦେଶିଲ ଗ୍ରାମ ଖେଳପଡ଼ିଆଠାରେ ଅନୁଷ୍ଠିତ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପାତଳପଡ଼ା ଓ ଗୁଞ୍ଚିତରା ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପାତଳପଡ଼ା ଦଳ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୧୧୩ ରନ କରିଥିଲା । ଜବାବରେ ଗୁଞ୍ଚିତରା ଦଳ ସବୁ ୱିକେଟ୍ ହରାଇ ମାତ୍ର ୬୪ ରନ କରିଥିବା ବେଳେ ୪୯ ରନରେ ପାତଳପଡ଼ା ବିଜୟ ଲାଭ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବରେ ଗିରିରାଜ ସିଂ ମାଝୀ, ଡୁଲମଣି ବାଗ, ଅଗସ୍ତି ବାଗ, ଚୌରାସି ସୁନା ପ୍ରମୁଖ ଯୋଗ ଦେଇଥିଲେ । ସୁକଦେବ ତାଣ୍ଡି, ସେନାପତି ରତେଇ, ତପନ ଦୀପ, ପିଣ୍‌ଣ୍ଟୁ ଦୀପ, ହେମସାଗର ବାଗ, ଟଙ୍କଧର ବାଗ, ବୈକୁଣ୍ଠ ନାଗ, ଶଙ୍କର ବାଗ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଜେତା ଦଳକୁ ଟ୍ରଫି ସହ ୧୪୦୦୦ ହଜାର ଓ ଉପ ବିଜେତା ଦଳକୁ ୧୦୦୦୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ବୁଧିଶ୍ୟମ ମାଝି ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.