ଗଞ୍ଜାମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ପ୍ରାକ୍ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ଠାରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଉଚ୍ଚ ବିଦ୍ୟାଳୟର ବକ୍ତୃତା ପ୍ରତିଯୋଗିତା ନିମନ୍ତେ ବିଷୟ ବସ୍ତୁ ଥିଲା ” ଓଡିଶାର ପର୍ବ ଆମ ଗର୍ବ ଓ ଗୌରବ” ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ବିଷୟ ବସ୍ତୁ ଥିଲା” ଉତ୍କଳ ସମ୍ମିଳନୀ ଓ ଦକ୍ଷିଣ ଓଡିଶା” ମହାବିଦ୍ୟାଳୟ ସ୍ତରରେ ବିଷୟ ବସ୍ତୁ ” ଓଡିଆ ସାହିତ୍ୟରେ ମହାମନିଷିଙ୍କ ଅବଦାନ” । ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକୃତା ପ୍ରତିଯୋଗୀତାରେ ସ୍ଵୟଂଶ୍ରୀ ତ୍ରିପାଠୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ସାଇସ୍ମୃତି ଶତପଥୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଓ ଗଣେଶ ଦାଶ, ପି.ଏମ୍.ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓଡ଼ିଆ ବକୃତା ପ୍ରତିଯୋଗିତାରେ ଅବନ୍ତିକା ସ୍ୱାଇଁ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଜିଖରିୟ ପ୍ରଧାନ, ସେଣ୍ଟ ଜୁଡ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଦୁରାପଲ୍ଲୀ ଦ୍ୱିତୀୟ ସ୍ଥାନ ଓ ଅନନ୍ୟା ଆଚାର୍ଯ୍ୟା, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟ ସ୍ତରରେ ଶିଖା ନାହକ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ, ଶିବାନୀ ବେହେରା, ଛତ୍ରପୁର ସ୍ନାତକ ମହିଳା ମହାବିଦ୍ୟାଳୟ ଦ୍ୱିତୀୟ ଓ ରେଶ୍ମା ସ୍ୱାଇଁ, ଛତ୍ରପୁର ସ୍ନାତକ ମହିଳା ମହାବିଦ୍ୟାଳୟ, ପବିତ୍ର ମୁଦୁଲି, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ନିବେଦିତା ସ୍ଵାଇଁ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ୟୁନିଷ ଦାସ ଦି ନିଉ ଏଜ ୟୁରୋ କିଡ଼ସ ସ୍କୁଲ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଏବଂ ପ୍ରବୀନ କୁମାର ପଲାଇ କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ରାହୁଲ ସଭାସୁନ୍ଦର ସେଣ୍ଟ ଜୁଡ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଦୁରାପଲ୍ଲି ପ୍ରଥମ ସ୍ଥାନ, ଅସୀତ୍ କୁମାର ଲୀମା, ସେଣ୍ଟ ଜୁଡ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଦୁରାପଲ୍ଲି ଦ୍ୱିତୀୟ ସ୍ଥାନ ଏବଂ ଶୀତଲ୍ ବାଡତ୍ୟା ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଛନ୍ତି । ମହାବିଦ୍ୟାଳୟ ସ୍ତରରେ ଚିନ୍ମୟ ମୁଦୁଲୀ, ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଓମ୍ କୁମାର ଦାଶ ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଏବଂ ରିଙ୍କି ନାୟକ ମହିଳା ସ୍ନାତକ ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ କେ. ରୀତିକା, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ରିତେଶ କୁମାର ନାୟକ, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଏବଂ ପ୍ରତ୍ୟାସା ପ୍ରିୟଦର୍ଶନୀ କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଇଣ୍ଡିଆ ଗମାଙ୍ଗ ସେଣ୍ଟ ଜୁଡ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଦୁରାପଲ୍ଲି ପ୍ରଥମ ସ୍ଥାନ, ଅବନ୍ତିକା ସ୍ୱାଇଁ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଏବଂ ସନ୍ତୋଷିନୀ ଗୌଡ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଓ ସୁପ୍ରଭା ପ୍ରିୟଦର୍ଶନୀ ବେହେରା ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ମହାବିଦ୍ୟାଳୟ ସ୍ତରରେ ସୁତାରି ସୋନାଲୀ ରେଡ୍ଡୀ ଛତ୍ରପୁର ସ୍ନାତକ ମହିଳା ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ପ୍ରାଚୀ ପଣ୍ଡା, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଏବଂ ଆଶ୍ରିତା ପାଣିଗ୍ରାହୀ, ଛତ୍ରପୁର ସ୍ନାତକ ମହିଳା ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉପରୋକ୍ତ ସମସ୍ତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାଗୁଡିକରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅପ୍ରେଲ୧ ତାରିଖ ଦିନ ପୂର୍ବାହ୍ନ ଘ.୦୮.୩୦ମି. ସମୟରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପବ୍ଲିକ ସ୍କୁଲ, ଛତ୍ରପୁର ଠାରେ ପୁରସ୍କୃତ କରାଯିବ ।

Leave A Reply

Your email address will not be published.