ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳକାୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଆନ୍ତଃ ଆଇନ ମହାବିଦ୍ୟାଳୟରେ ଦୁଇ ଦିନିଆ ମୁଟ କୋର୍ଟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଯେଉଁଥିରେ ୩୬ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏଥିରେ ରାଉରକେଲା ଆଇନ ମହାବିଦ୍ୟାଳୟ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛି । ଛାତ୍ର ଚିନ୍ମୟ ନାରାୟଣ ପ୍ରଧାନ ଶ୍ରେଷ୍ଠ ବକ୍ତା ଭାବେ ପୁରସ୍କୃତ ହୋଇଥିଲେ ଏବଂ ସାଥି ଛାତ୍ର ଅମିତ ପାତ୍ର ଓ ଛାତ୍ରୀ ତାନିୟା ୱାର୍ଷି ଭାଗ ନେଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପାଇଁ ମହାବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତି, ପରିଚାଳନା ସମିତିର ସଭାପତି ଲାୟନ ଡ. ଯତୀନ୍ଦ୍ର ନାୟକ ଏବଂ ଲାୟନ ଇଂ. ହରଦୀପ ସିଂହ ଉପସ୍ଥିତ ରହି ଭଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ ମିଠା ଖୁଆଇ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.