୧୦ ବର୍ଷର ସାବତ ପୁଅ ଏବଂ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ବ୍ୟବସାୟୀ

ମଥୁରା : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଫାରାହ ସହରରେ ଜଣେ ବ୍ୟବସାୟୀ ସାବତ ପୁଅ ଓ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ସମସ୍ତ ତିନୋଟି ଶବ ପଠାଇଛି । ରବିବାର ସନ୍ଧ୍ୟାରେ ପଡୋଶୀମାନେ ତାଙ୍କ ଘରେ କୌଣସି ଚଳାଚଳ ନଥିବା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ମା’ ଓ ପୁଅଙ୍କ ଶବ ଖଟ ଉପରେ ପଡ଼ି ରହିଥିଲା । ପୁଅର ପାଟିରୁ ଫେଣ ବାହାରିଥିଲା ବେଳେ ମା’ଙ୍କ ବେକରେ ଚିହ୍ନ ରହିଥିଲା ​​ଏବଂ ଫ୍ୟାନରୁ ବ୍ୟବସାୟୀଙ୍କ ଶରୀର ଝୁଲୁଥିଲା ।

ଫରାହ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ରମେଶ ପ୍ରସାଦ ଭରଦ୍ୱାଜ କହିଛନ୍ତି ଯେ, ନୀରଜ ଅଗ୍ରୱାଲ(୩୫) ପୁଅ ରଘୁବୀର ପ୍ରସାଦଙ୍କ ସହ ଖାଦ୍ୟ ସାମଗ୍ରୀ ଦେକାନ କରିଥିଲେ । ତିନି ବର୍ଷ ପୂର୍ବେ ନୀରଜ ଆଗ୍ରା, ଚାନ୍ଦାରୀ ନିବାସୀ ରାଜକୁମାରଙ୍କ ଝିଅ ରିମାଙ୍କୁ ବିବାହ କରିଥିଲେ । ରିମାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଏକ ୧୦ ବର୍ଷର ପୁଅ ଥିଲା । ପୋଲିସ ତଦନ୍ତ କରି ତିନି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

Leave A Reply

Your email address will not be published.