csstore

ଟିଟିଲାଗଡ଼ରୁ ଭଟଲି ପର୍ଯ୍ୟନ୍ତ ନିଶାନ ପାଦଯାତ୍ରାରେ ବାହାରିଲେ ରାହୁଲ ଜୈନ ଓ ଗଣେଶ ବର୍ମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବରଗଡ ଜିଲ୍ଲା ଭଟଲି ଠାରେ ଶ୍ୟାମ ବାବାଙ୍କ ମନ୍ଦିର ଅବସ୍ଥିତ । ତେବେ ଶ୍ୟାମ ବାବାଙ୍କ ଭକ୍ତ ଟିଟିଲାଗଡ ରଘୁନାଥ ପଡ଼ାର ରୋହିତ ଶ୍ରୀ ଶ୍ୟାମ ବାବାଙ୍କ ନିଶାନ ନେଇ ଚାଲିବେ ଏବଂ ଗଣେଶ ବର୍ମା ହନୁମାନ ଜୀଙ୍କ ନିଶାନ ନେଇ ଚାଲିବେ । ଏହି ନିଶାନ ଗୁଡିକ ପ୍ରସ୍ତୁତ କରିବାର କାମ ଡିମ୍ପଲ ଜୈନଙ୍କ ଦ୍ୱାରା ସଂପାଦିତ ହୋଇଥିବା ବେଳେ ତାହାକୁ ସୁନିଲ ଶର୍ମା ବରଗଡ଼ରୁ ଆଣିଛନ୍ତି ବୋଲି କୁହାଯାଇଛି । ଏହା ପୂର୍ବରୁ ୨୧ ତାରିଖରେ ସନ୍ଧ୍ୟା ୪ଟା ବେଳେ ଏକ ଛୋଟ ରାଲି ବାହାରି ସହରର ରାଧାକୃଷ୍ଣ ମନ୍ଦିରରୁ ଥାନା ଛକ, ବ୍ୟାଙ୍କ ଛକ, ମାଉସୀ ମନ୍ଦିର, ପେଟ୍ରୋଲ ପମ୍ପ ଛକ, ନୀଳାଚକ୍ର ନଗର ଦେଇ ରୋହିତ ଜୈନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସଂଧ୍ୟାରେ ବାବାଙ୍କ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଜି ପାହାନ୍ତିଆ ୪ଟା ବେଳେ ନୀଳାଚକ୍ର ନଗର ସ୍ଥିତ ନିବାସରୁ ନିଶାନ ଧରି ପୁଣି ପଦଯାତ୍ରା ଆରମ୍ଭ କରି ଗଣେଶ ମନ୍ଦିର, ବ୍ୟାଙ୍କ ଛକ ହୋଇ ବଡମାଲ ପାଇଁ ପ୍ରସ୍ଥାନ କରିଛନ୍ତି । ଏହି ପ୍ରକ୍ରିୟାରେ ୨୭ ତାରିଖ ଦିନ ବରଗଡ଼ରୁ ଭଟଲି ଯାଇ ଏହି ପଦଯାତ୍ରା ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଏହି ପଦଯାତ୍ରାରେ ରୋହିତ ଜୈନ, ଭାରତ ଜୈନ, ଗଣେଶ ବର୍ମା, ରବୀନ୍ଦ୍ର କୁମାର ଜୈନ, ସଞ୍ଜୟ ଅଗ୍ରୱାଲ, ଗୌରବ ଜୈନ, ସୁନିଲ ଶର୍ମା ପ୍ରମୁଖ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.