ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପରମ୍ପରାର ପ୍ରତୀକ ଭାବରେ ପଖାଳକୁ ମନେପକାଇ ମାର୍ଚ୍ଚ ୨୦ ତାରିଖକୁ ସମଗ୍ର ଓଡିଶାରେ ପଖାଳ ଦିବସ ଭାବରେ ପାଳନ କରାଯାଉଛି । ପଖାଳ ଦିବସ ଉପଲକ୍ଷେ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଆନନ୍ଦର ସହିତ ପଖାଳ ଦିବସ ପାଳନ କରାଯାଇଛି । ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳ ରଖିବା ପାଇଁ ପଖାଳର ଆବଶ୍ୟକତା ରହିଥିଲା ବେଳେ, ଏହାର ଗୁରୁତ୍ୱକୁ ନେଇ ସେକ୍ଟର ୪ ସ୍ଥିତ (ରାଉରକେଲା କଲେଜ, ରାଉରକେଲା) ଠାରେ ବିଶ୍ଵ ପଖାଳ ଦିବସ ପାଳନ କରାଯାଇଥିଲା । ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ଓ ପ୍ରାଧ୍ୟାପକ ରଶ୍ମିରଞ୍ଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ନାରୀ ନେତ୍ରୀ ମୀନତି ଦେବତାଙ୍କ ସମେତ ସ୍ଥାନୀୟ ଥାନାର କର୍ମଚାରୀ ପ୍ରମୁଖ ଯୋଗଦେଇ ପଖାଳର ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ଗରିମା ପରିବାର : ଗରିମା ପରିବାର ତରଫରୁ ସେକ୍ଟର ୧୯ ସ୍ଥିତ ଗାଙ୍ଗୁରାମ ହୋଟେଲ ଠାରେ ମହାସମାରୋହରେ ପଖାଳ ଦିବସ ପାଳନ କରାଯାଇଥିଲା । ଆବାହକ ଶଙ୍କର ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଶୋକ କକ୍କଡ, ଅଞ୍ଜୁ କକ୍କଡ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଦୀପ ପଟ୍ଟନାୟକ,ମହେଶ ଭଜିର, ଅଜୟ ପୁଜାରୀ, ଅର୍ଚ୍ଚନା ମହାନ୍ତି, ସନ୍ଧ୍ୟାରାଣୀ ସାହୁ, ଲଳିତା ମୁଦୁଲି, ସନ୍ତୋଷ ଅଗ୍ରୱାଲ, ଗୋପାଳ ବାଗାଡିଆ, ପ୍ରଦୀପ ଦାସ, ରାହୁଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିବା ସହ ପଖାଳର ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ଗରିମା ପରିବାରର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ମା’ ଇନ୍ଦିରା ମହିଳା ସମିତି : ସିଭିଲ ଟାଉନସିପ ସ୍ଥିତ ମା’ ଇନ୍ଦିରା ମହିଳା ସମିତି ପକ୍ଷରୁ ମହାଆଡମ୍ବର ସହକାରେ ପଖାଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅଦା କଞ୍ଚାଲଙ୍କା ଛେଚା, ଲେମ୍ବୁ ଇତ୍ୟାଦି ଦିଆଯାଇ ପଖାଳ ସହିତ ସାଗ, ବଡ଼ିଚୁରା, ଆଳୁ, ଭେଣ୍ଡି, ଫୁଲକୋବି, ଭଜା, ଆଳୁ ଭର୍ତ୍ତା, ସାଲାଟ୍, ସଜନା ଛୁଇଁ ଭଜା, ପୋଦିନା ଓ ଧନିଆ ଚଟଣି, ବାଇଗଣ ପୋଡା ସହ ଆଳୁ ଭର୍ତ୍ତା ଓ ମାଛଭଜା ପରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ପରିବେଷଣ କରାଯାଇଥିଲା । ପଖାଳ ଏକ ପୃଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ, ଯାହା ଶରୀରକୁ ଥଣ୍ଡା ରଖିବା ସହିତ ପାଚନକୁ ସହଜ କରିଥାଏ । ସାମାଜିକ ସଂଗଠନମାନେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ଆଗକୁ ନେବା ପାଇଁ ଏହି ପଖାଳ ଦିବସ ପାଳନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ମା୩ ଇନ୍ଦିରା ମହିଳା ସମିତି ପକ୍ଷରୁ ପଖାଳ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ, ସମ୍ମାନୀୟ ଅତିଥି ଭାବେ ଛବି ମହାନ୍ତି, ପିଙ୍କୁ ଜୈଶ୍ୱାଲ, ବିନୋଦ ରାଉତ, ବୈଲୋଚନ ସାହୁ, ବାଇନଙ୍କ ଯୋଗଦେଇ ପଖାଳର ଆନନ୍ଦ ନେଇଥିଲେ । ଏହି ପଖାଳ ଦିବସ ପାଳନ ଅବସରରେ ମା’ ଇନ୍ଦିରା ମହିଳା ସମିତିର ସଭାପତି ପୁଷ୍ପା ଲେଙ୍କା, ଡିମ୍ପଲ ସାହୁ, ଲୀଳାବତୀ ସାହୁ, ସଞ୍ଜୁଲତା ଦାସ, ଝୁଲଣା ନାୟକ, ରୀତା ଗୌଡ, ଜ୍ୟୋସ୍ନା ସ୍ୱାଇଁ, ପୁନମ ସମାସୀ, କୌଶଲ୍ୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରି ପଖାଳ ପରଶିବା ସହିତ ପଖାଳ ଦିବସକୁ ପାଳନ କରିଥିଲେ ।
ନୀଳଶୈଳ ମହାବିଦ୍ୟାଳୟ : ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଠାରେ ବିଶ୍ଵ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପାଣିଗ୍ରାହୀ, ମନୀଷା ଦାସ, ବିଜୟ ଦାସ, ପ୍ରଶାନ୍ତ ଚନ୍ଦ୍ର ମହାପାତ୍ରଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ପଖାଳର ମଜା ଉଠାଇଥିଲେ ।
Prev Post