ପଦ୍ମପୁର ବନ ଦୁର୍ଗା ମନ୍ଦିରରେ ମା’ ଦୁର୍ଗାଙ୍କ ବ୍ରହ୍ମଚାରିଣୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା’ ବନ ଦୁର୍ଗା ମନ୍ଦିର ଠାରେ ଶୁକ୍ରବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ଦିନ ସକାଳ ୭ ଘଣ୍ଟା ସମୟରେ ବନ ଦୁର୍ଗା ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ସମେତ କର୍ତ୍ତା ଦାୟିତ୍ୱ ତୁଳାଇଥିବା ସୁଶାନ୍ତ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ, ଘଣ୍ଟ ବାଦ୍ୟ ହୁଳହୁଳିର ଭକ୍ତିଭାବ ଶ୍ରଦ୍ଧା ସହିତ ମା’ ଦୁର୍ଗାଙ୍କୁ ବ୍ରହ୍ମଚାରିଣୀ ରୂପରେ ଆବାହନ କରି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ଅଗ୍ରପୂଜ୍ୟ ଗଣେଶ ଭଗବାନ ଓ ଆଦ୍ୟ ଦେବତା ସୂର୍ଯ୍ୟ ଦେବତାଙ୍କୁ ଶୋଡଷ ଉପଚାରରେ ପୂଜା କରି ମନ୍ଦିରର ଚତୁର୍ପାଶ୍ୱରେ ଅବସ୍ଥାନ କରିଥିବା ସମସ୍ତ ଦେବୀଙ୍କୁ ପୂଜା କରାଯାଇ ତତସଙ୍ଗେ ନବ ଦୁର୍ଗା ଦେବୀଙ୍କ ପୂଜା ମଧ୍ୟ କରାଯାଇଥିଲା । ମା’ ଦୁର୍ଗା ବ୍ରହ୍ମଚାରିଣୀ ବେଶରେ ଧରାପୃଷ୍ଠରେ ଦର୍ଶନ ଦେଇ ଜଗତ କଲ୍ୟାଣ ଉଦ୍ଧାର ପାଇଁ ଜନସାଧାରଣ ଭକ୍ତ ବତ୍ସଲଙ୍କୁ ଆଶୀର୍ବୀଦ ଦେଇଥିଲେ । ଦ୍ୱିପହରରେ ମା’ଙ୍କ ଅର୍ଣ୍ଣ ଭୋଗ ଲାଗି ହେବ । ସନ୍ଧ୍ୟା ୭ ଘଣ୍ଟାରେ ମିଷ୍ଠାନ୍ନ ଭୋଗ ଅର୍ପଣ କରି ଘ. ୭.୩୦ ମିନିଟ ସମୟରେ ମା’ଙ୍କ ମଙ୍ଗଳ ଆଳତୀ କରାଯିବ । ବନ ଦୁର୍ଗା ମନ୍ଦିରର ପୂଜକ ପ୍ରଶାନ୍ତ ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଚଣ୍ଡୀ ପାଠକ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ଶଙ୍ଖୁଆ ସୌଭାଗ୍ୟ ରଞ୍ଜନ ମହାପାତ୍ର ଓ ବାରିକ ଗୌରାଙ୍ଗ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତ । ବନ ଦୁର୍ଗା ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ ବେହେରାଙ୍କ ସମେତ ପ୍ରତାପ ମିଶ୍ର, ଗଜାନନ ଶର୍ମା, ସୁଶାନ୍ତ ପଧାନ, ଉମେଶ ସାହୁ, ବିଷ୍ଣୁ ଥପା, ସୁରୁ ଭୋଇ, ଗୋବିନ୍ଦ ବାଗ ପରିଚାଲନା କରି ଆସୁଛନ୍ତି ।

Leave A Reply

Your email address will not be published.