- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଚୈତ୍ର ପର୍ବରେ ବିଭିନ୍ନ ଦେବାଦେବୀ ଚଳଚଞ୍ଚଳ ହେଉଥିବା ବେଳେ ବାସନ୍ତିକ ନବ ଦିନାତ୍ମିକ ପୂଜା ଚାଲିଥିବା ବେଳେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଦେବାଦେବୀ ମନ୍ଦିର ଚୈତ୍ର ପର୍ବରେ ଆଲୋକ ସଜ୍ଜା ଓ ବିଭିନ୍ନ ସଜ୍ଜାସଜ୍ଜି ଅନୁଦାନ ଦେବା ପାଇଁ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲା । ମା’ ପାଟଣେଶ୍ୱରୀ ମନ୍ଦିର ମୁଖ୍ୟ ଦ୍ୱାର ଗେଟ ଭାଙ୍ଗି ଯାଇଥିବା ବେଳେ ନୂତନ ଭାବେ ମରାମତି କରିବା ପାଇଁ ଦାବି ଏବଂ କିଛି କାର୍ଯ୍ୟ ସୌନ୍ଦର୍ଯ୍ୟକରଣ ଅଧୁରା ରହିଯାଇଥିବାରୁ ତାକୁ କରିବା ପାଇଁ ଦାବି ଜଣାଇଥିଲେ । ସମଲେଶ୍ୱରୀ ମନ୍ଦିର ୨୦୨୧ରେ ମନ୍ଦିରର ମୁଖ୍ୟଦ୍ୱାର ଭାଙ୍ଗି ଯାଇଥିବାରୁ ୩ କୋଟି ଅଧିକ ତଥା ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବାରୁ କିଭଳି କାର୍ଯ୍ୟ ଶୀଘ୍ର ହେବ ଦାବି ଦିଆହୋଇଥିଲା ଏବଂ ଗତ ୫ ବର୍ଷରୁ ଅଧିକ ହେବ ମା’ ଶୈଳପୁତ୍ରୀ ଓ ବ୍ରହ୍ମଚାରିଣୀ ମୂର୍ତ୍ତି ଭାଙ୍ଗି ଯାଇଥିବାରୁ ଚୈତ୍ର ପର୍ବରେ ନୂତନ ଭାବେ ଲଗାଇବା ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ପ୍ରଦାନ କରାଯାଇଥିଲା । ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, ଶମ୍ଭୁ ଶତପଥି ଦାବି ପ୍ରଦାନ କରିଥିଲେ ।