ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ରାଷ୍ଟ୍ରୀୟ ନବବର୍ଷ” ପାଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ ବଘଲା ଗ୍ରାମର ବିଶିଷ୍ଟ କୋଶଲି କବି ତଥା ତହଁକ ପତ୍ରିକା ସଂପାଦକ ରାଜେଶ ଦଣ୍ଡସେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ତଥା ହିନ୍ଦୁ ନବବର୍ଷକୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ପାଳନ କରି ନିଜ ସଂସ୍କୃତିକୁ ବଞ୍ଚାଇ ରଖିବା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ତଥା ଉତ୍ସବର ଉଦ୍ଦେଶ୍ୟ କଥନ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ନିଜ ବକ୍ତବ୍ୟରେ ନବବର୍ଷ ପାଳନର ପୌରାଣିକ ତଥା ବିଜ୍ଞାନ ମତ ଉପସ୍ଥାପନା କରିଥିଲେ । ଆଚାର୍ଯ୍ୟ ଦିଲୀପ କୁମାର ଥନାପତି ମଞ୍ଚ ପରିଚାଳନା ତଥା ସଂଘ ପ୍ରାର୍ଥନା କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ଆଚାର୍ଯ୍ୟ ଶତୃଘ୍ନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଆଚାର୍ଯ୍ୟ ପ୍ରଦୀପ କୁମାର ସା, ଟିକେଶ୍ୱର ମିଶ୍ର, ଧନଞ୍ଜୟ ମହାକୁର, ଘନ ମେହେର, ଚିନ୍ମୟ ସିଂହ, ଦେବାଶିଷ ସିଂହ, ଭାନୁମତୀ ଉଦୁରକୁଲିଆ, ରଶ୍ମିତା ମୟୀ ଦାଶ, ତୁଳସୀ ବଢେଇ, ମମତା ମଲ୍ଲିକ, ସରିତା ପାଣିଗ୍ରାହୀ, ଅର୍ପନା ମେହେର, ଶେଷକାନ୍ତି ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.