ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରୀୟ ବଂଜାରା ବିକାଶ ମିଶନର ସଦସ୍ୟମାନେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ସରକାରୀ ବାସଭବନ ୩, ସବ୍ ଦରଜରଙ୍ଗ ରୋଡ ଠାରେ ସାକ୍ଷାତ କରି ବଂଜାରା ଆଦିବାସୀ ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିକାଶ ମିଶନର ସଭାପତି କ୍ଷୀରସାଗର ନାଏକ, ସଂପାଦକ ରମେଶ ନାଏକ, ବଲାଙ୍ଗିର ଜିଲ୍ଲା ସଭାପତି ପ୍ରୀତି ନାଏକ, ଭାଗରଥି ନାଏକ, ନରସିଂହ ନାଏକ, ନନ୍ଦଲାଲ ନାଏକ, ଜୟରାମ ନାଏକ, ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ସାକ୍ଷାତ କରି ବଂଜାରା ଓ ଲବାଙ୍ଘ ଭିତରେ ଥିବା ଜାତିଗତ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଏ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।