ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁରରେ ଏଚ୍‌.ପି.ଭି. ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁରରେ ୧୪ ବର୍ଷ ବୟସ୍କ ବାଳିକାମାନଙ୍କ ପାଇଁ ଏଚ୍‌.ପି.ଭି. ଟୀକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ ଡାକ୍ତର ଧୀରେନ କୁମାର ମେହେର, ବି.ପି.ଏଚ୍‌.ଓ., ଆଗଲପୁରଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜରାୟୁ ଗ୍ରୀବା କର୍କଟ ରୋଗରୁ ସୁରକ୍ଷା ପାଇଁ ବାଳିକାମାନଙ୍କୁ ଏଚ୍‌.ପି.ଭି. ଟୀକା ପ୍ରଦାନ କରାଯାଉଛି । ସରକାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ବାଳିକାମାନଙ୍କୁ ଏହି ଟୀକା ବିନାମୂଲ୍ୟରେ ଦିଆଯାଉଛି । ଉଦ୍‌ଘାଟନ ଅବସରରେ ଡାକ୍ତର ମେହେର କହିଥିଲେ ଯେ, ଏହି ଟୀକା ନେଲେ ଭବିଷ୍ୟତରେ ଜରାୟୁ ଗ୍ରୀବା କର୍କଟ ହେବାର ଆଶଙ୍କା ଅନେକ ହ୍ରାସ ପାଏ । ସେ ଅଭିଭାବକମାନଙ୍କୁ ନିଜ କନ୍ୟାମାନଙ୍କୁ ଏହି ଟୀକା ଦେବା ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଥିଲେ । ଅଧିକ ତଥ୍ୟ ପାଇଁ ନିଜ ନିଜ ଆଶା କର୍ମୀ ଓ ଏ.ଏନ୍‌.ଏମ୍‌. ଦିଦିଙ୍କ ସହିତ ସମ୍ପର୍କ କରନ୍ତୁ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଏ.ଏନ୍‌.ଏମ୍‌, ଆଶା କର୍ମୀ ଏବଂ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.