ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପରିସର ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟପାଟଣା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଜନଗଣନା ୨୦୨୭ (ପର୍ଯ୍ୟାୟ ୧) ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଗୃହ ତାଲିକା କରଣ ପରିଚାଳନା ଏବଂ ଗୃହ ଜନଗଣନା ପାଇଁ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପୀ ଏହି ଚାଲିମ ଶିବିର ଅନୁଷ୍ଠିତ ହେବ । ପ୍ରଥମ କରି ଏକ ନୂଆ ରୂପ ଯାହାକି କମ୍ପ୍ୟୁଟରୀକରଣ ତଥା ଡିଜିଟାଲ ମୋଡରେ କରାଯିବ । ୨୦୧୧ ଜନଗଣନା ପରେ ଏହି ସେନସସ କାର୍ଯ୍ୟକ୍ରମ ଡିଜିଟାଲ ମୋଡରେ ହେବ । ଏଣୁ ୩ଦିନ ବ୍ୟାପୀ ନିୟୋଜିତ ହେବାକୁ ଥିବା ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ସେନସସ କମିଶନରଙ୍କ ବିଭାଗ ଦ୍ଵାରା ପରିଚାଳିତ ସଂକ୍ଷିକ ଅଧିକାରୀମାନେ ଯୋଗଦେଇ ଡିଜିଟାଲ ମୋଡରେ ମୋବାଇଲ ଆପ ମାଧ୍ୟମରେ କିଭଳି ତଥ୍ୟ ସଂଗ୍ରହ, ଗଣନା ପ୍ରକ୍ରିୟା, ସେଲ୍ଫ ଏନୁମେରେସନ୍ ଓ ତଥ୍ୟ ସତ୍ୟାପନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ।