କୁଆଁରମୁଣ୍ଡାରେ ବନାଗ୍ନୀ ନିବାରଣ ନେଇ ସଚେତନତା ଶିବିର ଓ ରାଲି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନାଗ୍ନୀ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ବନଖଣ୍ଡ ପକ୍ଷରୁ ଡିଏଫଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା ଦେହୁରୀ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ କୁଆଁରମୁଣ୍ଡା ଫରେଷ୍ଟର ହେମାବତୀ ସାହୁ, ଫରେଷ୍ଟ ଗାର୍ଡ ସ୍ନେହାଞ୍ଜଳି, ସମାଜସେବୀ ରବୀନ୍ଦ୍ର କୁମାର ମହନ୍ତ, ଅମୂଲ୍ୟ କୁମାର ଜେନା, ୱାଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏଣୁ ଶୁଖିଲା ପତ୍ରରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏନେଇ ସମସ୍ତେ ଶପଥ ପାଠ କରିଥିଲେ । ଏହାପରେ ସ୍କୁଲ ପରିସରରୁ ଶତାଧିକ ଛାତ୍ରୀ ଓ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ ।

Leave A Reply

Your email address will not be published.