ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ସୋନପୁର ବ୍ଲକ ଡୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ଃ. ନୃପରାଜ ସାହୁ ଯୋଗଦେଇ ଶିକ୍ଷକମାନେ ନିଷ୍ଠାର ସହ ନିଜ ଦାୟିତ୍ୱ ନିର୍ବାହ କରିବାକୁ ମତ ରଖି ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି ଉପରେ ପ୍ରତିଶ୍ର୍ରୁତି ଦେଇଥିଲେ । ସୋନପୁର ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମଣ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଳା ପରିଷଦ ସଭ୍ୟ ମଧୁସୂଦନ ଓତା, ଜିଲ୍ଲା ପଞ୍ଚସଖା ଶିକ୍ଷସେତୁର ସହଯୋଗୀ ପ୍ରଭାତ ଦାଶ, ଉଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଅଜୟ ଲୁହା ଯୋଗଦେଇଥିବା ବେଳେ ଆୟୋଜକ ସମ୍ପାଦକ ପଦ୍ମନାଭ କର୍ଣ୍ଣ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଳାର ମୋଟ ୧୫ ଗୋଟି ପିଏମଶ୍ରୀ ବିଦ୍ୟାଳୟରୁ ୩୪୭ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଆକାଂକ୍ଷୀ ମେଳା, ଦୋକାନ ଯାତ୍ରା ଓ ଆକାଂକ୍ଷୀ ଛାତ୍ର ପରିଷଦ ବିଭାଗରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ସମସ୍ତ ଷ୍ଟଲ ବୁଲି ଆନନ୍ଦ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.