ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ପଞ୍ଚାୟତର ତୁମୁରିଖୋଳ ଘଞ୍ଚ ପାହାଡ଼ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଏକ ବଡ଼ ଧରଣର ଚଢାଉ କରି ୪୫୦୦କେଜି ମହୁଲ ପୋଚ ଓ ୩୦୦ଲିଟର ଦେଶୀ ମଦ ନଷ୍ଟ କରିଥିବା ସୁଚନା ମିଳିଛି । କୌଣସି ପ୍ରକାରେ ଖବର ପାଇ ବିଭାଗ ସଂପୃକ୍ତ ଅଞ୍ଚଳରେ ରନ୍ଧନ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ଚଢ଼ାଉ କରାଯାଇଥିଲା । ବିଭାଗୀୟ କର୍ମଚାରୀ ମାନଙ୍କୁ ଅଭିଯୁକ୍ତମାନେ ଦେଖିବା ପରେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲେ । ଏହି ଅଞ୍ଚଳରେ ଠିକ୍ ୧୫ଦିନ ତଳେ ମଧ୍ୟ ଏପରି ଏକ ଚଢ଼ାଉ କରାଯାଇଥିଲା । ଚଢାଉ ସମୟରେ ଜିଲ୍ଲା ସ୍ଵତନ୍ତ୍ର ସ୍କ୍ୱାର୍ଡରେ ଇନ୍ସପେକ୍ଟର ବିଜୟ ଭୂଷଣ ନାୟକ, ଜୟପାଟଣା ଅବକାରୀ ଭାରପ୍ରାପ୍ତ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, କର୍ମଚାରୀ ବଳଭଦ୍ର ପାତ୍ର, ଅରୁନାକ୍ଷ ଧଙ୍ଗଡା ମାଝୀ, କୀର୍ତ୍ତି ଜେନା, ନିରଞ୍ଜନ ବେହେରା, ଭାନୁ ଚନ୍ଦ୍ର ମାଝୀ, କୁଳମଣି କର ପ୍ରମୁଖ ସାମିଲ ହୋଇଥିଲେ ।