ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଜି ବ୍ଲକ ପଡିଆ ଠାରେ ଥିବା ବରଗଛ ଓ ଓସ୍ତଗଛ ସହ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ଉପେନ୍ଦ୍ର କୁମାର ନନ୍ଦ, ବରଗଛର ପିତାମାତା ଭାବେ ମନୋରଞ୍ଜନ ବାରିକ ଓ କନକଲତା ବାରିକ, ସେହିପରି ଓସ୍ତଗଛର ପିତାମାତା ଭାବେ ଲମ୍ବୋଦର ପାତ୍ର ଓ କମଳିନୀ ପାତ୍ର କର୍ତ୍ତା ଭାବେ ଦାୟିତ୍ଵ ତୁଳାଇଥିଲେ । ସମସ୍ତ ରୀତିନୀତି ଅନୁଯାୟୀ ବିବାହ କର୍ମ ସମ୍ପାଦନ କରାଯାଇଥିଲା । ଏହି ଅବସରରେ ପ୍ରାୟ ଦୁଇ ହଜାର ସ୍ଥାନୀୟ ଜନସାଧାରଣ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ବୈଷ୍ଣବ ସାହୁ, ବିଶ୍ୱଜିତ ସାହୁ, ସୁଜିତ ରାୟ, ରାକେଶ ସିଂ, ଆଶିଷ ସାହୁ, ଅଭୟ ମହାପାତ୍ର, ଅମିତ ଜେନା, ମନୋଜ ସେଠ, ବଂଶୀ ନାହାକ, ପ୍ରଫୁଲ୍ଲ ରଣା, ସତ୍ୟପ୍ରକାଶ ନାୟକ, ପରଦେଶୀ ତନ୍ତୀ, ପରମାନନ୍ଦ ଦାସ, ନାରାୟଣ ବେହେରା, ସୁବାସ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post