ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରାମେଶ୍ୱରୀ ଭୋଇ ଓ ମମତା ବାକ୍ସଲା ଯୋଗ ଦେଇଥିଲେ । ଅଧ୍ୟକ୍ଷା ଡ. ସାମଲ ଏହି ଅବସରରେ ସମସ୍ତ ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ମହିଳା ମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦେବା ପାଇଁ ଉଦ୍ଦିଷ୍ଟ ଏହି ଦିବସ ସମସ୍ତ ମହିଳା ଓ କିଶୋରୀମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିବସ ବୋଲି ଡ. ସାମଲ କହିଥିଲେ । ଶ୍ରୀମତୀ ଭୋଇ ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ସହିତ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ ବୋଲି କହିଥିଲେ । ଶ୍ରୀମତୀ ବାକ୍ସଲା ତାଙ୍କ ବକ୍ତବ୍ୟରେ ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ ଓ ଏକ ସ୍ଵପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରୀମାନେ ଆଗ୍ରହ ଏବଂ ଉତ୍ସାହର ସହିତ ଯୋଗଦେଇଥିଲେ ।

Leave A Reply

Your email address will not be published.