ଟିଟିଲାଗଡ଼ ନଗର ବିଜେପି ଓ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ତରଫରୁ ନିଶୁଳ୍କ ରକ୍ତ ପରୀକ୍ଷଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ୧୫ ନମ୍ବର ୱାର୍ଡ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଟିଲାଗଡ଼ ନଗର ବିଜେପି ଓ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ନିଶୁକ୍ଳ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତ ପରୀକ୍ଷଣ ପରେ ଉପସ୍ଥିତ ଥିବା ଡାକ୍ତର ରିପୋର୍ଟ ଦେଖିବା ପରେ ଆବଶ୍ୟକୀୟ ଔଷଧ ମଧ୍ୟ ପ୍ରଦାନ କରିଥିଲେ । ଏଥିରେ ସହରର ଯେ କୌଣସି ବ୍ୟକ୍ତି ଏବଂ ବିଶେଷ କରି ୧୪ ଓ ୧୫ ନମ୍ବର ୱାର୍ଡର ସମସ୍ତ ଜନସାଧାରଣ ଉପକୃତ ହୋଇପାରିଛନ୍ତି । ହାଟପଦା ଓଭରବ୍ରିଜ ତଳ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୮ ଟା ରୁ ୧୨ ଟା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରକାର ରକ୍ତ ପରୀକ୍ଷା ଉତ୍ତମ ପରୀକ୍ଷକ ଦ୍ୱାରା କରାଯାଉଛି । ଯଦି ରୋଗ ପରିଲିଖିତ ହୁଏ ତା’ହେଲେ ପରବର୍ତ୍ତୀ ସମୟରେ ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରି ରୋଗର ଚିକିତ୍ସା କରାଯିବ ବୋଲି ବିଜେପି ନଗର ସଭାପତି ସୁନିଲ ଆଚାର୍ଯ୍ୟ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ବିକାଶ ସେନାର ସଭାପତି ଇ. ଅମ୍ଳାନ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହି ଯୁବ ପିଢ଼ିଙ୍କୁ ଡାକି ଏହି ପରୀକ୍ଷଣ ଶିବିରରେ ସାମିଲ କରାଇଥିଲେ ।

Leave A Reply

Your email address will not be published.