ଭୁଲିଆ ସମାଜର ମିଶ୍ରଣ ପର୍ବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ପୁରୁଣା ସ୍ପା ଅଫିସରେ ଭୁଲିଆ (ମେହେର) ସମାଜର କେନ୍ଦ୍ରୀୟ ବୋର୍ଡ ବଲାଙ୍ଗିର ସହିତ ଗୋଟେ ମିଶ୍ରଣ ପର୍ବ ଟିଟିଲାଗଡ଼ ଭୁଲିଆ (ମେହେର)ସମାଜର ସଭାପତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟକୁ ସଂପାଦକ ବୁଲବୁଲ ମେହେର ପରିଚାଳନା କରିଥିଲେ । ଏହି ସଭାରେ କେନ୍ଦ୍ରୀୟ ବୋର୍ଡ ସଭାପତି ଡ଼ା. ଲମ୍ବୋଧର ମେହେର, ସମ୍ପାଦକ ବାସୁଦେବ ମେହେର, ଉପ ସମ୍ପାଦକ ନବୀନ ମେହେର, ନିଖିଳ ଓଡ଼ିଶା ଭୁଲିଆ (ମେହେର) ସମାଜ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ସଭାର ଉଦ୍ଦେଶ୍ୟ ହେଲା ଯେ, ଆଗାମୀ ଦିନରେ ସମାଜକୁ କିପରି ସୁଦୃଢ କରିବା, ସମାଜ ସେବା କରିବା, ସମାଜକୁ କିପରି ଉଚ୍ଚସ୍ତରକୁ ନେବା ସେ ଉପରେ ଆଲୋଚନ କରାଯାଇଥିଲା । ଏହି ସଭାରେ ସମାଜର ମହିଳାମାନଙ୍କ ସମେତ ସମାଜର ଶେଷଦେବ ମେହେର, ସୀତାରାମ ମେହେର, ସୁଦାମ ମେହେର, ନୀଳମଣି ମେହେର, ଗୋପ ମେହେର, ଗରୁଡ ମେହେର, ସୁଧୀର ମେହେର, ସନ୍ତୋଷ ମେହେର, ଧୁବା ମେହେର, ଜଗଦୀଶ ମେହେର, ବୀରେନ୍ଦ୍ର ମେହେର, ବସନ୍ତ ମେହେର, ମୋଟି ମେହେରଙ୍କ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.