ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହାପୁରୁଷ ମାନଙ୍କ ଉଦାହରଣ ଦେଇ ଭଲ ପାଠ ପଢି ବିକଶିତ ଭାରତ ଗଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବରେ ସମ୍ବଲପୁର ଆଇଆଇଏମ୍‌ର ପ୍ରଫେସର ସୁଜିତ କୁମାର ପୃଷେଠ ଯୋଗଦାନ କରି ବର୍ତ୍ତମାନ ଯୁଗରେ ନାରୀଶିକ୍ଷା ଏବଂ ସମୟ ଉପଯୋଗୀ ଇଣ୍ଟିଲିଜେନ୍ସ ଶିକ୍ଷା ଉପରେ ଶିକ୍ଷାର୍ଥୀମାନଙ୍କ ସହ ଶିକ୍ଷକ ମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଝାରବନ୍ଧ ବିଡ଼ିଓ ପର୍ଶୁରାମ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ରିତାଞ୍ଜଳୀ ଗୁରୁ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସାର୍ତ୍ତିକ ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ଅଧ୍ୟାପିକା ମୀନପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.