ବଲାଙ୍ଗିରରେ ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନକୁ ସ୍ୱାଗତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନର ଚତୁର୍ଥ ଦିବସ ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନାର ସଭାପତି ସନାତନ ଠାକୁର ଓ ସମ୍ପାଦକ କବି ଭାଗିରଥୀ ମିଶ୍ର ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସଭାପତି ଶ୍ରୀ ଠାକୁର ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ବଲାଙ୍ଗିର ତହଁକ କୁଟୁମର ମୁଖ୍ୟ ସମ୍ପାଦକ । ରାଜେଶ କୁମାର ଦଣ୍ଡସେନା ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟିକଙ୍କ ମଧ୍ୟରେ ଏହା ଏକ ନିବିଡ଼ ସମ୍ପର୍କ ତିଆରି କରିବାରେ ସଫଳ ପ୍ରୟାସ । ପ୍ରମେୟ କେ ବି କେ ସଂସ୍କାରର ଡି ଜି ଏମ କବି ଅଖିଳ ଚନ୍ଦ୍ର ହୋତା ଯୁଗଯାତ୍ରୀର ଏ ପ୍ରଚେଷ୍ଟା ଅନ୍ୟ ସାହିତ୍ୟ ଅନୁଷ୍ଠାନମାନଙ୍କ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ମତ ଦେଇଥିଲେ । ପରେ ଏହି ରଚନା ଓ ତହଁକ କୁଟୁମ୍ ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ସଂପାଦକ ପ୍ରଦାନ କରିଥିଲେ । ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ କୌତୁକ ପନ୍ଦର ଓଡ଼ିଶାର ସାହିତ୍ୟ ସଂସଦ ଗୁଡ଼ିକ ଶ୍ରୀ ସାହୁଙ୍କ ଏହି ଅଭିଯାନରେ ସହଯୋଗ କରିବା ନେଇ ମତ ରଖିଥିଲେ । କବି, ତଥା ଯୁବ ଗାଳ୍ପିକ ଜଗନ୍ନାଥ ସାହୁ ଏହି ଅଭିଯାନ ଆଗକୁ କିଭଳି ଆହୁରି ସୁନ୍ଦର ଏବଂ ସଂଗଠିତ ହୋଇପାରିବ ସେ ଦିଗରେ ନିଜର ଆଲୋଚନା ରଖିଥିଲେ । ଚାଷୀନେତା ଅରୁଣ ମିଶ୍ର ଏ ମହତ କାର୍ଯ୍ୟକ୍ରମରେ ପରୋକ୍ଷରେ ସାମିଲ ହେବା ମଧ୍ୟ ଭାଗ୍ୟବାନ ବୋଲି ମତବ୍ୟକ୍ତ କଲେ । ନବନୀତାର ସମ୍ପାଦକ ରାଜେଶ କୁମାର ଝାଙ୍କର ଏହି ଐତିହାସିକ କାର୍ଯ୍ୟକ୍ରମକୁ ସାହିତ୍ୟିକଗଣ ବିପୁଳ ଭାବରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଶିକ୍ଷାବିତ୍ ସନାତନ ଠାକୁର ଓଡ଼ିଆ ସାହିତ୍ୟରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଥିଲେ । କବି ମିଳନ ପଣ୍ଡା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ । ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲା, ଦେଇ ବଲାଙ୍ଗିର ଜିଲ୍ଲା ପରିଭ୍ରମଣ ପୂର୍ବକ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାକୁ ଯିବା ପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।

Leave A Reply

Your email address will not be published.