ପାଣିରେ ବୁଡ଼ି ଭାସିଯାଇଥିବା ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ତରେଇ-ପାଟପୁର ଗ୍ରାମର ଯୁବକ ଜି. ୱେଙ୍କଟ୍ ରାଓଙ୍କ ନିଖୋଜ ଘଟଣା ଚାରିଆଡ଼େ ଅନେକ ଗୁଜବ ସହ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସେ ପାଣିରେ ବୁଡ଼ି ଭାସିଯାଇଥିବା କୁହାଯାଉଥିଲା । ନିଖୋଜ ଯୁବକଙ୍କୁ ଋଷିକୁଲ୍ୟା ଘାଟ ଛତ୍ରପୁର ନିକଟସ୍ଥ ବଡ଼ଶଙ୍ଖ ଗଣ୍ଡରେ ଗତକାଲି ରାତ୍ରି ଠାରୁ ଦମକଳ ବାହିନୀ ପକ୍ଷରୁ ଖୋଜା ଖୋଜି କରି ଆସୁଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି । ପ୍ରକାଶ ଥାଉକି, ଜି.ୱେଙ୍କଟ୍ ରାଓ ସୁନ୍ଦରପୁର ଅଞ୍ଚଳରେ ଅନୁଷ୍ଠିତ ତିନିଦିନିଆ ମହାଶିବ ଯାତ୍ରା ମେଲଣକୁ ଯାଇଥିଲେ, ସେଠାରେ କୌଣସି ଲୋକଙ୍କ ସହ ଆକ୍ରୋଶ ମୂଳକ ଗଣ୍ଡଗୋଳ ହୋଇଥିବା ଆଶଙ୍କା କରାଯାଉଛି । ଯୁବକ ଜଣକ ବିବାହ କରିବାର ଏକ ବର୍ଷ ହେବ ବୋଲି କୁହାଯାଏ । ତାଙ୍କର ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ, ସେ ତାଙ୍କର ବାପ ଘର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡ ଗ୍ରାମକୁ ଯାତ୍ରା ସାରି ଯାଉଥିବା ବେଳେ ଦୁର୍ବୃତ୍ତମାନେ ବାଇକରେ ଆସି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ୱେଙ୍କଟ୍ ରାଓଙ୍କର ବାଇକ୍ ସହ ନଦୀ ଜଳରେ ତାଙ୍କୁ ମାରି ପକାଇ ଦେଇଥିବା ଜଣାପଡୁଛି । ଛତ୍ରପୁର ପୋଲିସ ଶବ ବ୍ୟବଚ୍ଛେଦ କରିଛି, ଏସମସ୍ତ ବିଷୟରେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.