csstore

ଆଗଲପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସଂଘ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିକଟସ୍ଥ ଗିରିଗୋବର୍ଦ୍ଧନ ପୀଠରେ ବ୍ରାହ୍ମଣ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମୁକୁନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଗଲପୁର ବ୍ଲକର ସମସ୍ତ ପଞ୍ଚାୟତର ପ୍ରତିନିଧିମାନେ ଯୋଗଦେଇଥିଲେ । ସଂଘର ସଂପାଦକ ବିରାଜ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଞ୍ଜୀବ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିଲେ । ବୈଠକରେ ସରକାରଙ୍କ ଦ୍ୱାରା ଆଗତ ହେବାକୁଥିବା ଉଚ୍ଚଶିକ୍ଷା ବିଭାଗରେ ୟୁଜିସି ନିୟମ ଉପରେ ଆଲୋଚନା ହୋଇଥିଲା । ଏହି ନିୟମ ଲାଗୁ ହେଲେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଉପରେ ଶୋଷଣ ଓ ଅବହେଳା ହେବାର ଆଶଙ୍କା ନେଇ ଉପସ୍ଥିତ ପ୍ରତିନିଧିମାନେ ନିଜ ନିଜ ମତ ରଖିଥିଲେ । ସଭାରେ ପୁରନ୍ଦର ଦାଶ, ଗୋପ କୁମାର ପଣ୍ଡା, ଡ.ରମେଶ ମିଶ୍ର, ବିଜୟ କୁମାର ଦାଶ, କୃପାସିନ୍ଧୁ ନାୟକ, ବୃନ୍ଦାବନ ଶତପଥୀ, ଶ୍ରୀନିବାସ ଧଳ, ସୁଶାନ୍ତ କୁମାର ମିଶ୍ର, ଜୟାନନ୍ଦ ମିଶ୍ର, ରାଜୀବ ପଣ୍ଡା, କ୍ଷୀରୋଦ୍ର ମିଶ୍ର, ଶୋଭନ ତ୍ରିପାଠୀ, ରାମଚନ୍ଦ୍ର ତ୍ରିପାଠୀ, ଯଶୋବନ୍ତ ମିଶ୍ର, ସୁରେନ୍ଦ୍ର କୁମାର ତ୍ରିପାଠୀ, ରଣଜିତ ପଣ୍ଡା, ସମିର କର, ପ୍ରଦୀପ ପୁରୋହିତ, ଶତ୍ରୁଘନ ପୁରୋହିତ, କୈଳାସ ଚନ୍ଦ୍ର କର, ସତ୍ୟନାରାୟଣ ପାଢ଼ୀ, ଜଗତ ପ୍ରସାଦ ପାଢୀ, ଜୟପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ବରିଷ୍ଠ ସଭ୍ୟ ରାଧାକାନ୍ତ ଠାକୁର ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ଘୋଷଣା ହୋଇଥିଲା ।

jayashree
Leave A Reply

Your email address will not be published.