ସମାଜସେବୀ ଶତାୟୁ ବ୍ୟକ୍ତି ରଜନୀକାନ୍ତ ମହାନ୍ତିଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମର ଧର୍ମପରାୟଣ, ପରୋପକାରୀ ଓ ସମାଜସେବୀ ରଜନୀକାନ୍ତ ମହାନ୍ତିଙ୍କ ଗତ ଶନିବାର ଦିନ ୧୧ଟା୫୫ ମିନିଟ ସମୟରେ ନିଜ ଦହମୁଣ୍ଡାସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନୀତ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଭୋଗରାଇ ବିଧାୟକ ତଥା ବାଲେ‌ଶ୍ୱର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅନନ୍ତ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଉତ୍ତର ଓଡ଼ିଶା ସଂସ୍କରଣ ପ୍ରମେୟର ମୁଖ୍ୟ ସତ୍ୟଶିବ ଦାସ, ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ନାଏବ ସରପଞ୍ଚ ସୁମିତ୍ରା ରାଉଳ, ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଜେନା, ପଞ୍ଚାୟତ ବିଜୁ ଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ଆଇନଜିବୀ ରାଜକିଶୋର ଜେନା, ସମାଜସେବୀ ମୂରଲୀ ମୋହନ ପଟ୍ଟନାୟକ, ବିଜୟ ସିଂ, ଗଜାନନ ମହାପାତ୍ର, ଜୟଦେବ ଦାସ, ଶିକ୍ଷାବିତ୍ ଶିବନାରାୟଣ ପାତ୍ର, ଶିକ୍ଷକ ତ୍ରିଦୀପ ଜେନା ପ୍ରମୁଖ ରଜନୀକାନ୍ତ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ବଡ଼ ପୁତ୍ର ସନ୍ତୋଷ, ପୁତ୍ରବଧୂ ବିଷ୍ଣୁପ୍ରିୟା, ଝିଅ ଅଞ୍ଜଳି, ନାତି ସୁରଜିତ, ବିଶ୍ୱଜିତ, ଅଭିଜିତ ଏବଂ ଏକମାତ୍ର ନାତୁଣୀ ସୁପ୍ରିୟା ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ପୈତୃକ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର ହୋଇଥିବା ବେଳେ ପୁତ୍ର ସନ୍ତୋଷ ମହାନ୍ତି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.