csstore

ମହାଶିବରାତ୍ରିରେ ରାମେଶ୍ୱର ଶୈବ ପୀଠରେ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ମହାଶିବରାତ୍ରି ଅବସରରେ ସୁବର୍ଣ୍ଣପୁର ରାମେଶ୍ୱର ଶୈବପୀଠ ପରିସରରେ ସାମୂହିକ ବ୍ରତୋପନୟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମୈଥିଲି ମଲ୍ଲିକଙ୍କ ପକ୍ଷରୁ ଏହି ମହତ କାର୍ଯ୍ୟକ୍ରମ ଦୀର୍ଘ ୩୭ ବର୍ଷ ଧରି ପାଳିତ ହୋଇ ଆସୁଥିବା ଜଣାଯାଇଛି । ଗତକାଲିର ଏହି ବ୍ରତ ଯଜ୍ଞ ମହୋତ୍ସବରେ ମୁଖ୍ୟ ଆଚାର୍ଯ୍ୟ ବେଦବ୍ୟାସ ମିଶ୍ର, ପୂଜକ କାଳିଚରଣ ମିଶ୍ର, ଆଶିଷ କୁମାର ମିଶ୍ର, ରାମାନୁଜ ପୂଜାରୀ, ଆନନ୍ଦ ପୂଝାରୀ, ରାଧେଶ୍ୟାମ ପୁରୋହିତ ପ୍ରମୁଖ ୧୨ ଜଣ ପଣ୍ଡିତ ରୀତିନୀତି ଅନୁଯାୟୀ ଏହି ବ୍ରତ ଯଜ୍ଞ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ସୁବର୍ଣ୍ଣପୁର ତଥା ବିଭିନ୍ନ ଜିଲ୍ଲାର ୧୨ ଜଣ ବାଳ ବ୍ରହ୍ମଚାରୀଙ୍କ ବ୍ରତପନୋୟନ ଲାଗି ଓ ସମ୍ପର୍କୀୟଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହି ମହତ୍ କାର୍ଯ୍ୟକ୍ରମରେ ପୁରୀ ରାମଜୀ ମଠର ମହନ୍ତ ବଂଶୀଧର ଦାସ ମହାରାଜ, ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମାଙ୍କ ସମେତ ଅନେକ ବୁଦ୍ଧିଜୀବୀ, ସମାଜସେଵୀ, ସାଧୁସନ୍ଥ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆର୍ଶୀର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରି ଜିଲ୍ଲା ବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀ ମଲ୍ଲିକ ଜଣେ ପବିତ୍ର ମଣିଷ ଧାର୍ମିକ ମଣିଷ ବୋଲି ମତ ରଖି ଏଭଳି ସେବା ଜାରି ରଖିବାକୁ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ଜିଲ୍ଲାପାଳ ଡ. ସାହୁ କହିଥିଲେ ।

jayashree
Leave A Reply

Your email address will not be published.