ଡୁଙ୍ଗୁରିପାଲି, (କେପିିିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରବୀଣ ଶିକ୍ଷାବିଦ୍, ଲେଖକ, ଗଞ୍ଜାମ ଜିଲ୍ଲାର ଜୁନିଅର ରେଡକ୍ରସ ସାଧନକର୍ମୀ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ସରୋଜକାନ୍ତ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି “କଠିନ ପରିଶ୍ରମ ହିଁ ସଫଳତା ପାଇବାର ମୂଳମନ୍ତ୍ର” ବୋଲି ମତ ପ୍ରକାଶ କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ଓ ସମ୍ପଦ ଖମାରୀ ମଞ୍ଚାସୀନ ହୋଇ ବିଦାୟୀ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମାର୍ଗଦର୍ଶନ କରିଥିଲେ । ଛାତ୍ରୀ ଶ୍ରୀମୟୀ ସେଠ୍, ଜାଗୃତି ଓ ଦୀପ୍ତିଶିଖା ବାଗ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶିକ୍ଷକ କିରଣ କୁମାର ପୁଟେଲ ଓ ସ୍ନିଗ୍ଧା ପ୍ରଧାନ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୂଜା ରାଣୀ, ଝରଣା, ଅନୁପମା, ଆଭା, ପ୍ରୀତି, ଆକାଶ ବିଦ୍ୟାଳୟରେ ବିତେଇଥିବା ସମୟର ନିଜ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବା ଛାତ୍ରୀ ଆଭା ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କଠାର, ସୋଭାଗିନି ସାହୁ, ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।