ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡା ଠାରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡା ଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡୁଙ୍ଗୁରିପାଲି ବ୍ଲକର ଡୁଙ୍ଗୁରିପାଲି, ସହଳା, ଚିନାଯୁରି ଓ ଚେରୂପାଲି ଏହିପରି ୪ଟି କ୍ଲଷ୍ଟରର ୧୮୧ ଜଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୯୪ ଜଣ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ କରାଯିବ । ୧୬ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁରକୁ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡାର ଅଧ୍ୟକ୍ଷ ହିମାଂଶୁ କୁଅଁର ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତ୍ରିଲୋଚନ ନେତ୍ରାଲୟ ବଲାଙ୍ଗିରର ଡାକ୍ତରଗଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଗୋଷ୍ଠି ଶିକ୍ଷା ଅଧିକାରୀ ଗଣେଷ କିଶନ ତଥା ଆର୍‌ବିଏସ୍‌କେ ଡାକ୍ତର କ୍ଷମାନିଧି ସାହୁ ଓ ତାଙ୍କ ମେଡିକାଲ ଟିମ୍ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ, ସିଆର୍‌ସିସି ଦିଲ୍ଲୀପ କୁମାର ପାଧାନ, ସିଆର୍‌ସିସି ପ୍ରବୀର ଭୋଇ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ସାହୁ ଓ ଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡାର ସମସ୍ତ ଶିକ୍ଷକ ଓ କର୍ମଚାରୀ, ଶିକ୍ଷକ ଦୀନବନ୍ଧୁ ବରିହା, ମନୋଜ ପଧକ୍ଷନ ପ୍ରଦୀପ ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଥିଲା ।

Leave A Reply

Your email address will not be published.