ଆହାର କେନ୍ଦ୍ରରେ ଲୋକଙ୍କ ଠାରୁ ଅଧିକ ଟଙ୍କା ଆଦାୟ ମାମଲା

  • ଆହାର କେନ୍ଦ୍ରରେ ପହଁଚିଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଚାଲିଥିବା ଆହାର କେନ୍ଦ୍ର ଆସୁଥିବା ଲୋକଙ୍କ ପାଖରୁ ୫ଟଙ୍କା ବଦଳରେ ୧୦ଟଙ୍କା ଆଦାୟ କରାଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ବସଷ୍ଟାଣ୍ଡ ନିଜଟରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଯାଇ ଆଜି ମଧ୍ୟାହ୍ନରେ ପହଞ୍ଚିଥିଲେ । କେନ୍ଦ୍ରରେ ଖାଉଥିବା ଲୋକଙ୍କୁ ପଚାରି ବୁଝିବା ପରେ ୫ଟଙ୍କାରେ ଦିଆଯାଉଥିବା ଭାତରେ ଲୋକଙ୍କ ପେଟ ପୁରୁ ନଥିବା କାରଣରୁ ବାଧ୍ୟ ହୋଇ ଲୋକେ ଆଉଥରେ ପୁଣି ୫ଟଙ୍କା ଦେଇ ଦ୍ଵିତୀୟ ଟୋକନ ନେଇ ଭାତ ଆଣି ଖାଉଥିବା ଦେଖାଯାଇଥିଲା । ୫ଟଙ୍କାରେ ଲୋକଙ୍କୁ ପେଟଭର୍ତି ଖାଇବା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ଥାପନା ହୋଇଥିବା ଏହି ଆହାର କେନ୍ଦ୍ରରେ ୫ଟଙ୍କାରେ ଲୋଜଙ୍କ ପେଟ ପୁରୁନଥିବା ଜାଣି ବିଧାୟକ ଦୁର୍ଗା ତନ୍ତୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସଙ୍ଗେ ସଙ୍ଗେ ବିଧାୟକ ଦୁର୍ଗା ତନ୍ତୀ ସେହିଠାରୁ ହିଁ ମହାନଗର ନିଗମ କମିଶନରଙ୍କ ସହ ଫୋନ ଯୋଗେ କଥା ହୋଇ ସମସ୍ତ ଘଟଣା ଜଣାଇ ଏହି ଅଭିଯୋଗର ତଦନ୍ତ କରି ବେଆଇନ କାର୍ଯ୍ୟ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.