ବିଶ୍ୱ ରେଡ଼ିଓ ଦିବସ : ସୁବର୍ଣ୍ଣପୁର ଜିଲ୍ଲାର ନିୟମିତ ଶ୍ରୋତା ଚୈତନ୍ୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଡିଜିଟାଲ ଯୁଗରେ ମଧ୍ୟ ଆକାଶ ବାଣୀର ଆଦର କମିନାହିଁ । ସହର ହେଉ କି ଗ୍ରମାଞ୍ଚଳରେରେ ରେଡ଼ିଓ ସମସ୍ତଙ୍କ ପ୍ରିୟବନ୍ଧୁ । ଏବେ ଗ୍ରାମାଞ୍ଚଳରେ ଆକାଶବାଣୀର ଆଦର ରହିଛି । ଏଣ୍ଡ୍ରରଏଡ୍ ମୋବାଇଲ ମାଧ୍ୟମରେ ହେଉ କି ନ୍ୟୁଜ ଅନ୍‌ଏଆଇର ଆପ ମାଧ୍ୟମରେ ଶ୍ରୋତାମାନେ ଶୁଣିଛନ୍ତି ମନ ଲାଖି କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ୟୁନିସ୍କୋର ସଦସ୍ୟ ରାଷ୍ଟ୍ର ଗୁଡିକ ଦ୍ୱାରା ୨୦୧୧ରେ ଘୋଷଣା କରାଯାଇଥଲା । ଏବଂ ୨୦୧୨ରେ ଜାତିସଙ୍ଘ ସାଧାରଣ ସଭା ଦ୍ୱାରା ଗ୍ରହଣ କରାଯାଥିଲା । ବିଶ୍ୱ ରେଡ଼ିଓ ଦିବସ ପ୍ରତିବର୍ଷ ଫେବୃଆରୀ ୧୩ରେ ପାଳନ କରାଯାଏ । ଏହା ପ୍ରସାରକ ମାନଙ୍କୁ ସେମାନଙ୍କର ପ୍ରଦାନ କରୁଥିବା ସ୍ୱର, ସେମାନେ ବାଣ୍ଟିଥିବା କାହାଣୀ ପାଇଁ ଧନ୍ୟବାଦ ଦେବାର ଏକ ଦିନ । ସେହିପରି ରେଡ଼ିଓ ନିୟମିତ ଭାବରେ ଆଜି ବି ଶୁଣୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମପଞ୍ଚାୟତର ଜୟପୁର ଗ୍ରାମର ଚୈତନ୍ୟ ଭୁକ୍ତା ଦୀର୍ଘ ୨୫ ହେବ ନିୟମିତ ଭାବେ ରେଡ଼ିଓ ଶୁଣି ଆସୁଛନ୍ତି । ୨୦୦୧ ମସିହାରୁ ନିୟମିତ ଭାବରେ ରେଡ଼ିଓ ଶୁଣିବା ସହ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଯୁବବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମକୁ ନିମିୟତ ଭାବରେ କାର୍ଯ୍ୟକ୍ରମ ଶୁଣି ମତାମତ ସହ ଚିଠି ଲେଖି ନିୟମିତ ଭାବରେ ୧୫ ଫେବୃୟାରୀ ୨୦୦୭ରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ନିୟମିତ ଶ୍ରୋତା ଭାବରେ ଭାବରେ ଅଂଶ ଗ୍ରହଣ କରିଥିଲେ । ୨୦୧୪ରେ ଆକାଶ ବାଣୀ ବଲାଙ୍ଗିର କେନ୍ଦ୍ରର ଜଣେ ନିୟମିତ ଶ୍ରୋତା ଭାବେ ଅଂଶ ଗ୍ରହଣ କରିଥିଲେ । ଯୁବବାଣୀ, କିଷାନବାଣୀ, ଗୃହଲଷ୍ମୀ, ଶ୍ରୀମଦ କୃଷି ସଂସାର, ଆଜିର ଭାବନା, ବନ୍ଦନା, ଭାଗବତ, ଯୁବବାଣୀ, ଫୋନ ଇନ୍‌ ଆରାଧନା, ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ପ୍ରସାରିତ ନାଟକରେ ଅଂଶ ଗ୍ରହଣ କରିଛନ୍ତି । କଥାନୀ, ଚାଷୀର ବେକେ ଫାସୀ, ସଂଗୀତ ବିଚିତ୍ରା ମାଟି ପାନୀ ଗୁନ, ଇଟା ଗଢ଼ା ପଇସା, କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଆକାଶବାଣୀ ସମ୍ବଲପୁର, ବଲାଙ୍ଗିର, କଟକ, ଭବାନୀ ପାଟଣା, ଜୟପୁର, ପୁରୀ, ନିୟମିତ ଶୁଣିଛନ୍ତି । ସେ କହିଛନ୍ତି ଆଗାମୀ ଦିନରେ ଯୁବପିଢ଼ି ଯେଉଁ ଟିଭି ମୋବାଇଲରେ ଅଧିକ ସମୟ ଦେଉଛନ୍ତି ସେମାନେ ରେଡ଼ିଓକୁ ଆଦର କଲେ ଆକାଶବାଣୀ ଆହୁରୀ ସରଷ ସୁନ୍ଦର ହୋଇପାରନ୍ତା ।

Leave A Reply

Your email address will not be published.