ଧନସୁଲି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ବିକାଶକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ୧୯୫୦ ମସିହାରୁ ଏକ ଆଦିବାସୀ କ୍ଷେତ୍ରରେ ଅନବରତ ଶିକ୍ଷାଦାନ କରି ଆସୁଥିବା ଏହି ବିଦ୍ୟାଳୟର ସାମଗ୍ରିକ ବିକାଶ ସାଙ୍ଗକୁ ଏକ ପୂର୍ଣ୍ଣାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଢି ତୋଳିବା ପାଇଁ ବିଭିନ୍ନ ବକ୍ତା ଆୟୋଜିତ ପୁରସ୍କାର ବିତରଣ ସଭରେ ମତ ପ୍ରକାଶ କରିଥଲେ । ପୁରସ୍କାର ବିତରଣ ସଭାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରି ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମାଣିକେଶ୍ଵରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଭବିଷ୍ୟତର କର୍ମପନ୍ଥାକୁ ସୁଗମ କରିବ ବୋଲି ପ୍ରକାଶ କରିଥଲେ । ସରପଞ୍ଚ କୈଳାଶ ଚନ୍ଦ୍ର ମାଝୀ, ସମିତି ସଭ୍ୟା ଜାନକୀ ମାଝୀ, ଡାକ୍ତର ଶୈଳ ବିହାରୀ ନାୟକ, ସମାଜସେବୀ ରଶ୍ମି ରଞ୍ଜନ ସାହୁ, ସିଆର୍‌ସିସି ମାନସ ପଣ୍ଡା, ଆମ ଯୋର ପ୍ରଧାନ ଶିକ୍ଷକ ରଘୁମଣି ଦଣ୍ଡସେନା, କେରାକୁପା ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସା, ସାମ୍ବାଦିକ ଆସ୍ରଫ ଅଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥଲେ ।

Leave A Reply

Your email address will not be published.