ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଂଚାୟତ ସଦର ମହକୁମାରେ ଥିବା ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ବାର୍ଷିକ ଉତ୍ସବର ସଭାପତି ପୁରୁଷୋତ୍ତମ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, କାନ୍ତାରାମ ଧରୁଆ, କୋଦଣ୍ଡଧର ଭୋଇ, ଡଙ୍ଗାବାଞ୍ଜି ଫରେଷ୍ଟର ମନୋଜ କୁମାର ଦଣ୍ଡସେନା, ହାଇସ୍କୁଲ ପ୍ରତିଷ୍ଠାତା ସଭାପତି ତ୍ରିପାଠୀ ପୁଟେଲ, ଜାମୁଟଝୁଲା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରକାଶ ପଟ୍ଟନାୟକ, ଚାଉଳସୁଖା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଣୟ କିଶୋର ଖମାରୀ ଓ ଦନ୍ଦରା ହାଇସ୍କୁଲ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ରାଉତ ଯୋଗ ଦେଇଥିଲେ । କର୍ଲା ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀମନ୍ତ ନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏଥିରେ ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଯମୁନା ମଙ୍ଗରାଜ, ଏସଏମସି ସଦସ୍ୟ କୁମରମଣି ପ୍ରଧାନୀ ଓ ଚନ୍ଦ୍ରମଣି ଜାନି ତଥା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ବାର୍ଷିକ ଉତ୍ସବରେ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।