ପଦ୍ମପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ହୀରାକୁଦ ଓ କୁଚିଣ୍ତା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳପଡିଆରେ ପଦ୍ମପୁର ସ୍ପୋର୍ଟ୍ସ ଏସୋସିଏସନ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚରେ କୁଚିଣ୍ତା ଦଳ ଝାରସୁଗୁଡା ଦଳକୁ ୪-୨ ଗୋଲରେ ପରାସ୍ତ କରିଥିଲେ । ପ୍ରଥମ ମ୍ୟାଚରେ ପଦ୍ମପୁର ସହର ବିଶିଷ୍ଟ ବ୍ୟବସାୟୀ ପବନ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ରାଉରକେଲା ଦଳ ଜିତେନ ଏକ୍କାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରସ୍କୃତ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ବିଶିଷ୍ଟ ବ୍ୟବସାୟୀ ପ୍ରଶାନ୍ତ ପଟ୍ଟନାୟକ କୁଚିଣ୍ତା ଦଳର ଗୋଲ ରକ୍ଷକ ଓମ ଖାଡିଆ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରସ୍କୃତ ହୋଇଥିଲେ । ଆଜିର ଖେଳକୁ ଦେବାଶିଷ ବାଗ, ଅଶ୍ୱିନୀ ବେହେରା, ଗୋବର୍ଦ୍ଧନ ବାଗ, କ୍ଷୀରସିନ୍ଧୁ ବେହେରା, ନୀଳ ନାୟକ, ସୁଧାଂଶୁ ସେଠ, ଦୀପକ ରାଜସିଂହ, ଚନ୍ଦ୍ରମଣି, ବିଦେଶୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡା. ପ୍ରଭାତ ନାରାୟଣ ତ୍ରିପାଠୀ, ଅଧ୍ୟାପକ କେଶ ରଞ୍ଜନ ପ୍ରଧାନ, ନରେନ୍ଦ୍ର ସାହୁ, ଶିଶିର ସାହୁ, ପ୍ରଦୀପ ପାତ୍ର, ନରୋତ୍ତମ ପ୍ରଧାନ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ୱାଦଶ ପ୍ରଧାନ, ଦିବ୍ୟ କିଶୋର ପଣ୍ତା, ସଚ୍ଚିଦାନନ୍ଦ ବହିଦାର ଧାରା ବିବରଣୀ ଦେଇଥିଲେ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ ପଦ୍ମପୁର ଓ ଫୁଲବାଣୀ ଓ ଦ୍ୱିତୀୟ ସେମିଫାଇନାଲ ହୀରାକୁଦ ଓ କୁଚିଣ୍ତା ଦଳ ମଧ୍ୟରେ ଅନୁଷ୍ଠିତ ହେବ ପଦ୍ମପୁର ସ୍ପୋର୍ଟ୍ସ ଏସୋସିଏସନ ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.