ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ପାଳନ ସାମାଜିକ ସମରସତା କହିକି ଜରୁରୀ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଫେବୃୟାରୀ ୧୨ ତାରିଖ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ଅବସରରେ ‘ ସମାଜରେ ସାମାଜିକ ସମରସତା କାହିଁକି ଜରୁରୀ ବିଷୟ ଉପରେ ଏକ ଆଲୋଚନା ସଭା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭାବନଠାରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଆର୍ଯ୍ୟ ସମାଜ ପୂର୍ବତନ ସଭାପତି ରାମଚନ୍ଦ୍ର ବିଶ୍ଵାଳ ଯୋଗଦେଇ ଦୟାନନ୍ଦ ସରସ୍ଵତୀଙ୍କ ଜୀବନୀ ଓ ତାଙ୍କର ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ସମରସତା ଜାତିଭେଦ ଦୂରକରି ସମସ୍ତଙ୍କ ଭିତରେ ଭେଦଭାବ ଦୂର ସମାଜ ପାଇଁ କେତେ ପ୍ରଯୁଜ୍ୟ ତାହା କହିଥିଲେ । ସମ୍ମାନିତ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସେବକ ସଂଘ ବିଭାଗ ପ୍ରଚାରକ ଆଶିଷ ମଣ୍ଡଳ ସାମାଜିକ ସମରସତା ଉପରେ ବକ୍ତବ୍ୟ ଦେଇ ସଂଘର ଶତବାର୍ଷିକ ବର୍ଷରେ ଆର୍ଯ୍ୟ ସମାଜ ଆମର ସାଂସ୍କୃତିକୁ ବଞ୍ଚାଇ ରଖିବାକୁ ମୂଳମନ୍ତ୍ର ନେଇ କାମକରିବା ଦିଗରେ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ଗ୍ରାହକ ପଞ୍ଚାୟତରାଜ ସଭାପତି କିଶୋର ମୋହନ ମିଶ୍ର, ମାଣିକ ଲାଲ ବର୍ମା, ଦୟାନିଧି କାରଣ, ଉମାଶଙ୍କର ସାହୁ, ଗୋବିନ୍ଦ ସେଠ ପ୍ରମୁଖ ସାମାଜିକ ସମରସତା ଉପରେ ନିଜ ମନ୍ତବ୍ୟ ଦେଇଥିଲେ । ଶେଷରେ ଉପସଭାପତି ମହେଶ୍ଵର ସାହୁ ଧନ୍ୟବାଦ ଦେଇଥିଲେ । ପ୍ରଥମରେ ପୂଜାଅର୍ଚନା ଏକାତ୍ମତା ମନ୍ତ୍ର କାର୍ଯ୍ୟକ୍ରମ ଶେଷରେ ଶାନ୍ତିପାଠପରେ ସମାପନ ହୋଇଥିଲା ।

Leave A Reply

Your email address will not be published.