- କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଉଦଯାପିତ ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯତରା – ୨୦୨୬ । ଏହି ଉଦଯାପନୀ ସନ୍ଧ୍ୟାରେ ଯତରା ମଞ୍ଚକୁ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ନାମରେ ସମର୍ପଣ କରାଯାଇଥିଲା । ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଶ୍ରୀ ଲକ୍ଷ୍ମୀପ୍ରଭା ପତି ଓ ସୁଶ୍ରୀ ସସ୍ମିତା ଏବଂ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ “ଟିମ ଶ୍ମଶାନ ବନ୍ଧୁ”କୁ ସୁନ୍ଦରଗଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିଭଳି ସାହସିକତା ନିମନ୍ତେ ପୋଲିସ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଏବଂ ରାଉରକେଲାର ଜରୁରୀ କାଳୀନ ବିମାନ ଅବତରଣ ସମୟରେ ସହଯୋଗ କରିଥିବା ଜଣେ ଗ୍ରାମବାସୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ବ୍ଲକ ସ୍ତରୀୟ ଯତରା ଆୟୋଜନ ନିମନ୍ତେ ସମସ୍ତ ବ୍ଲକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଯତରା ଅବସରରେ ବିଭିନ୍ନ ଛକ ମାନଙ୍କରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ କମିଟି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାଉରକେଲାର ନୃତ୍ୟ ମହ୍ଲାର ଦ୍ଵାରା ଓଡ଼ିଶୀ ନୃତ୍ୟ, କଳାହାଣ୍ଡିର ଘୁମୁରା ନୃତ୍ୟ, ମହାରାଷ୍ଟ୍ରର ଲାଭନୀ ନୃତ୍ୟ, ଫେଟ୍ ଫାଇଟର, ପୁରୀ ଦ୍ଵାରା ମାଲଖମ୍ବ ଏବଂ ଓଲିଉଡରୁ ଦିବ୍ୟାଦିଶା ମହାନ୍ତି ଓ କୁକିଜ ସ୍ୱାଇଁଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଦ୍ଵାରା ତାରକା ରାତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।